Jai Odisha
News

ରୋହିତ ଶର୍ମାଠାରୁ ଡେଭିଡ ୱାର୍ନର …ଖୁବ୍ ଉତ୍ସାହର ସହିତ ଖେଳିଲେ ହୋଲି

ଆଜି ସାରା ଦେଶରେ ହୋଲି ପର୍ବ ପାଳନ କରାଯାଉଛି । ବହୁତ କମ୍ ସମୟ ଏଭଳି ଥାଏ ଯେତେବେଳେ ହୋଲି ଆଇପିଏଲ୍ ସମୟରେ ପାଳନ କରାଯାଏ । ଏଥର ଏହିଭଳି ହିଁ ହୋଇଛି । ଆଉ ହୋଲି ପାଳିବାରେ ଆମ କ୍ରିକେଟ ଷ୍ଟାରମାନେ ପଛରେ ନାହାନ୍ତି । ଏହି ଉତ୍ସବରେ ସମସ୍ତେ ରଙ୍ଗ ବୋଳି ହୋଇ ଖୁବ୍ ଉତ୍ସାହର ସହିତ ହୋଲି ମନାଉଥବବା ଦେଖାଯାଇଛି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଭାରତୀୟ ହୁଅନ୍ତୁ କି ବିଦେଶୀ, କୌଣସି ଖେଳାଳି ନିଜକୁ ହୋଲି ରଙ୍ଗରୁ ଦୂରେଇ ରଖିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେଉଛି। ଏହି ଫଟୋରେ ତାଙ୍କ ସହ ଦିଲ୍ଲୀର ଅନେକ ଖେଳାଳି ନଜର ଆସିଛନ୍ତି। ପୃଥ୍ୱୀ ଖାଁଙ୍କ ମୁହଁ ଏବଂ ମୁଣ୍ଡରେ ଗୁଲାଲ ଦେଖିବାକୁ ମିଳେ । ଡ଼େଭିଡ଼ ୱାର୍ଣ୍ଣର ମଧ୍ୟ ଏଥିରୁ ବଞ୍ଚି ପାରି ନାହାନ୍ତି । ରଙ୍ଗ ଲାଗିବା ପରେ ଡ଼େବିଡ଼ ଙ୍କୁ ଚିନ୍‌ହିବା କଷ୍ଟକର ହୋଇପଡ଼ିଛି ।
ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରୋହିତଙ୍କ ମୁହଁରେ ରଙ୍ଗ ବୋଳା ହୋଇଥିବା ଦେଖାଯାଉଛି ଏବଂ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର କ୍ରୀଡ଼ା କର୍ମଚାରୀଙ୍କ ଉପରେ ରଙ୍ଗର ପାଣି ଫିଙ୍ଗିଥିବାର ନଜର ଆସିଛନ୍ତି। ହୋଲି ଉତ୍ସବରେ ଚେନ୍ନାଇ ସୁପର କିଙ୍ଗ୍ସର ଡୱେନ ବ୍ରାଭୋ ଲୋକଙ୍କ ସହ ନାଚୁଥିବା ଦେଖିବାକୁ ମିଳିଥିଲା।
ଏହା ବ୍ୟତୀତ କୋଲକାତା ନାଇଟ୍ ରାଇଡର୍ସ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଶ୍ରେୟସ୍ ଆୟର ତାଙ୍କ ଖେଳାଳିଙ୍କ ସହ ରଙ୍ଗ ଖେଳୁଥିବା ଦେଖିବାକୁ ମିଳିଛି। ତେବେ ରୋଚକ କଥା ଏହା ଯେ ହୋଲି ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ମୁହାଁମୁହିଁ ହେବେ।

Leave A Reply

Your email address will not be published.