Jai Odisha
News

ଆଜିଠାରୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ : ତାତି କମିଲେ ବି କଲବଲ କରିବ ଗୁଳୁଗୁଳି

ଆଜିଠାରୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ । ତାତି କମିଲେ ବି କଲବଲ କରିବ ଗରମ ଓ ଗୁଳୁଗୁଳି। ବୁଧବାର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଦ୍ରତା ଅଧିକ ଥିବାରୁ ବିଶେଷ କରି ଉପକୂଳ ଏବଂ ତା ଆଖପାଖ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ୨୫ ତାରିଖ ଯାଏ କାଳବୈଶାଖୀ ପାଇଁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଆକଳନ କରାଯାଉଛି ।
ତେବେ ୨୬ ତାରିଖରୁ ପାଗରେ ପୁଣି ଆସିବ ପରିବର୍ତ୍ତନ । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳିଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ୨୬ ତାରିଖରେ ହିଟ୍ ୱେଭ୍ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.