Jai Odisha
News

ଗୁଜୁରାଟର ଉଲ୍ଲାଶ, ପାଣ୍ଡ୍ୟା ନିରାଶ

ଆଇପିଏଲ ସୁପର ସନଡେ ର ଦିତ୍ୱୀୟ ମ୍ୟାଚରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ରହିଥିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ । ଗୁଜୁରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଯୁବ ଅଧିନାୟକ ଶୁଭମନ ଗିଲ ତାଙ୍କୁ କୌଣସି ସୁଯୋଗ ଦେଲେ ନାହିଁ । ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୬ରନରେ ପରାଜିତ ହୋଇଥିଲେ । ଯାହାଫଳରେ ପାଣ୍ଡ୍ୟା ନିରାଶ ହୋଇଥିଲେ । ୨୦୨୪ ସିଜିନ୍ ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବା ପରେ କ୍ରିକେଟ୍ ଜଗତକୁ ଚକିତ କରି ଦେଇଥିଲା। ରୋହିତ ତାଙ୍କ ନେତୃତ୍ୱରେ ସେମାନଙ୍କୁ ପ୍ରତ୍ୟେକ ପାଞ୍ଚଟି ଆଇପିଏଲ୍ ଟାଇଟଲ୍ ବିଜୟୀ କରାଇଛନ୍ତି। ତେବେ ଗୁଜରାଟରୁ ମୁମ୍ବାଇକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। ଯାହାଫଳରେ ମୁମ୍ବାଇ ଫ୍ୟାନ୍ସ ମାନେ ମଧ୍ୟ ଏତେ ଖୁସି ହୋଇନଥିଲେ । ସମସ୍ତଙ୍କ ଦୃଷ୍ଟିରେ ରହିଥିଲା ରୋହିତ ଏବଂ ହାର୍ଦ୍ଦିକଙ୍କ ପରସ୍ପର ସହିତ ସମ୍ପର୍କ ସିଜିନରେ କିପରି ରହିବ ।

ଅନ୍ତିିମ ଓଭରରେ ମୁମ୍ବାଇ ୧୯ ରନ ଆବଶ୍ୟକ କରୁଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ସାମସ ମୁଲାନି କ୍ରିଜରେ ଥିଲେ । ଉମେଶ ଯାଦବଙ୍କୁ ବୋଲିଂ ଦେଇଥିଲେ ଗିଲ । ୨ ବଲରୁ ୧୦ରନ ସଂଗ୍ରହ ହେବା ପରେ ଆରମ୍ଭ ହୋଇଥିଲା ଲଢେଇ । ଉମେଶ ସଟ ବଲ ପକାଇ ପାଣ୍ଡ୍ୟାଙ୍କୁ କ୍ୟାଚ ଆଉଟ କରିଥିଲେ । ମ୍ୟାଚର ସବୁଠୁ ମୁଲ୍ୟବାନ ୱିକେଟ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୬ ୱିକେଟରେ ୧୬୮ ରନ କରିଥିଲା ଜବାବରେ ମୁମ୍ବାଇ ୯ ୱିକେଟ ହରାଇ ୧୬୨ ରନରେ ସୀମିତ ରହିଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଇନିଂସର ମେରୁଦଣ୍ଡ ସାଜିଥିବା ସାଇ ସୁଦର୍ଶନ ସର୍ବାଧିକ ୪୫ (୩୯ ବଲ, ୩ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ୍ ବୁମ୍‌ରା ଚମତ୍କାର ବୋଲିଂ କରି ନିଜ ୪ ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଥିଲେ।

Leave A Reply

Your email address will not be published.