Jai Odisha
News

ହିଟ୍‌ୱେଭ୍ ନେବ ଜୀବନ : ବିଶେଷଜ୍ଞଙ୍କ ମତରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ହୋଇପ।ରେ ବ୍ରେନ ଷ୍ଟ୍ରୋକ୍‌

ହିଟ୍‌ୱେଭ୍ ନେବ ଜୀବନ । ପ୍ରବଳ ତାତି କାରଣରୁ ହୋଇପ।।ରେ ବେନ୍ ଷ୍ଟ୍ରୋକ୍ । ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ରାତି ଦିନ କେତେବେଳେ ବି ମିଳୁନି ୍ରାହି । ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି। ଆଇଏମଡି ବୈଜ୍ଞାନିକଙ୍କ କହିବା ମୁତାବକ ଗତ ୪ ଦଶନ୍ଧି ଭିତରେ ଭାରତରେ ହିଟ୍ ଷ୍ଟ୍ରେସ୍ ୩୦% ବଢ଼ିଛି। ଅତି ଉଚ୍ଚ ତାପମାତ୍ରା ଓ ଅତ୍ୟଧିକ ଆର୍ଦ୍ରତା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଅତ୍ୟଧିକ ତାପମାତ୍ରା ସହ ଆର୍ଦ୍ରତା ପରିମାଣ ପ୍ରାୟତଃ ୬୦%ରୁ ଅଧିକ ଥାଏ। ଏହା ପ୍ରଭାବରେ ତାପମାତ୍ରା ଯେତିକି ଥାଏ, ତା’ଠାରୁ ଢେର ଅଧିକ ଅନୁଭୂତ ହୋଇଥାଏ। ତେଣୁ ଏଭଳି ସ୍ଥିତି ଅତ୍ୟନ୍ତ ବିପଜ୍ଜନକଅଟେ । ଓଡ଼ିଶାରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁ ହିଟ୍ ଷ୍ଟ୍ରେସ୍ ଚିନ୍ତାର କାରଣ ପାଲଟିଛି। ବିଶେଷଜ୍ଞଙ୍କ ମତରେ ଏହି ହିଟ୍ ଷ୍ଟ୍ରେସ୍ ଏକ ସାଇଲେଣ୍ଟ କିଲର୍। ଏହାର ପ୍ରଭାବରେ ହଠାତ୍ ରକ୍ତଚାପ ବଢିଯିବାର ଆଶଙ୍କା ରହିଛି। ଯାହା ଫଳରେ ବ୍ରେନ୍ ଷ୍ଟ୍ରୋକ୍ ଏବଂ ହୃଦଘାତ୍ ମଧ୍ୟ ହୋଇପାରେ। ଫଳରେ ଲୋକେ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି। ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହି ଧାରା ଆହୁରି ୩ ଦିନ ରହିପାରେ।

Leave A Reply

Your email address will not be published.