Jai Odisha
News

ପୁଣି ବଢିବ ପାରଦ

ଏଣିକି ରାଜ୍ୟରେ ବଢିବ ତାପମାତ୍ରା | ଭୀଷଣ ଖରାରେ ଜନଜୀବନ ଛଟପଟ ହେବେ | ସବୁଠି ପାରଦ 37 ଡିଗ୍ରୀ ଉପରେ ରହିବ | ରାଜ୍ୟରେ ପୁଣି ଥରେ ସକ୍ରିୟ ହେବ ପଶ୍ଚିମା ଝଡ଼। ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ତେବେ ଏହା ପରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା। 12 ତାରିଖ ଆଡକୁ ତାପମାତ୍ରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରି ଟପିଯିବ।

ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୩୭ ଡିଗ୍ରୀ ଓ ମାଲକାନଗିରିରେ ୩୭.୧ ଡିଗ୍ରୀ ତାପମାତ୍ରା ରହିଥିଲା। ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀରୁ ୩୭ ଡିଗ୍ରୀ ମଧ୍ୟରେ, ୫ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ, ୧୦ଟି ସ୍ଥାନରେ ୩୪ରୁ ୩୫ ଡିଗ୍ରୀ ମଧ୍ୟରେ, ୧୦ ସ୍ଥାନରେ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ଏବଂ ୭ଟି ସ୍ଥାନରେ ତାପମାତ୍ରା ୩୨ରୁ ୩୩ ଡିଗ୍ରର ସେଲସିୟସ୍‌ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୩୧ ଡିଗ୍ରୀ ତାପମାତ୍ରା ରହିଥିଲା।
ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳରେ ଶୁଷ୍କତା ବଢ଼ିବା ସହ ଟାଣ ଖରା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ‌ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ କଲବଲ କରିବ ତାତି। ତେବେ ଏହା ପ୍ରଭାବରେ ୧୧,୧୨ ଓ ୧୩ ତାରିଖରେ ତାପମାତ୍ରା ବୃଦ୍ଧି ପାଇ ପ୍ରବଳ ଖରା ଅନୁଭୂତ ହେବ। ବିଶେଷକରି, ଭୁବନେଶ୍ବର, କଟକ, ଝାରସୁଗୁଡା,ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ, ପାରଳାଖେମୁଣ୍ତି, ମାଲକାନଗିରି, ଭବାନୀପାଟଣା, ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.