Jai Odisha
News

୫ ଜିଲାରେ ପ୍ରବଳ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ୫ ଦିନ ଯାଏଁ ପାଗରେ ପରିବର୍ତ୍ତନ ହେବ ନାହିଁ। ୫ ଦିନ ଯାଏଁ କାଁଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ନେଇ ପାଣିପାଗ ବିଭାଗ ଶୁକ୍ରବାର ପୂର୍ବାନୁମାନ କରିଛି। ୫ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି।କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ଏହାସହ ଉତ୍ତର-ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଟ୍ୱିନ୍ ସିଟିରେ ଶୁକ୍ରବାର ରାତିରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାଳବୈଶାଖୀ ପ୍ରଭାବରେ ଦୁଇ ଦିନ ହେବ ତାତିରୁ ମିଳିଛି ଆଶ୍ୱସ୍ତି । ଗତକାଲି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ପାରାଦ୍ୱୀପରେ ଧୂଳିଝଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ସବୁଠୁ ଅଧିକ ୪୨ମି.ମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.