Jai Odisha
News

ହୁମାନ ସାଗରଙ୍କ ପୋଷା ଗୁଣ୍ଡା ଗିରଫ

ଅପେକ୍ଷାର ଅନ୍ତ ଘଟିଛି | ଅପରାଧୀକୁ  ଗିରଫ କରିଛି ପୋଲିସ | ପ୍ରାୟ ଏକ ମାସ ହେବ ପୋଲିସଙ୍କୁ ଚକମା ଦେଇଚାଲିଛନ୍ତି ଅପରାଧୀ | କିଛିମାସ ତଳେ  ପ୍ରମୋଦ ପରିଡାଙ୍କୁ ଦିନ ଦି ପହରରେ ଘରୁ ଟେକି ନେଇ ମାନସିକ ଶାରୀରିକ ଅକଥନୀୟ ଅତ୍ୟାଚାର କରିଥିଲେ ହୁମାନ ସାଗର ଓ ତାଙ୍କ ଡାହାଣ ହାତ ଗୁଣ୍ଡାମାନେ | ସେମାନେ ପ୍ରମୋଦ କୁ  ଅଫିସ ନେଇ 4 ଘଣ୍ଟା ଅକଥନୀୟ ନିର୍ଯାତନା ଦେଇଥିଲେ | ଯାହାଫଳରେ କଟକ ବାଦାମ ବାଡ଼ିରେ ଗୀତିକାର ପ୍ରମୋଦ ପରିଡା ଏକ ଲିଖିତ ଅଭିଯୋଗ ଦେଇଥିଲେ  |  ଅଭିଯୋଗ ଅନୁସାରେ  ନିର୍ଯାତନା ଦେଇଥିବା ମୁଖ୍ୟ ଆସାମୀ ଦୀନେଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ବାଦାମବାଡ଼ି ପୋଲିସ |  ଅନେକ ଗୁଡିଏ ଅପରାଧିକ ମାମଲା ଥିଲା ଅଭିଯୁକ୍ତର ନାଁରେ। ଗତକାଲି ରାତିରେ ସେ ଚନ୍ଦକାରେ ଥିବା ଏକ ହୋଟେଲରେ ଆତ୍ମଗୋପନ କରିଥିବାର ଖବର ପୋଲିସକୁ ମିଳିଥିଲା। ସୂଚନା ମୁତାବକ ପୋଲିସ ଉକ୍ତ ହୋଟେଲରୁ ଅପରାଧିକୁ ଘୋଷାରି ଘୋଷାରି ଆଣିଥିଲା ବାଦାମବାଡ଼ି ଥାନା ପୋଲିସ୍। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିଲା, ଜାମିନ ନାମଞ୍ଜୁର ହେବାରୁ ତାକୁ ଚୌଦ୍ଵାର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.