Jai Odisha
News

ଯୁଦ୍ଧାଭ୍ୟାସରେ ସେନା ବିମାନ କ୍ରାସ

ରାଜସ୍ଥାନର ଜେସଲପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ସମରାଭ୍ୟାସରେ ସାମିଲ ହେବାକୁ ଯିବା ସମୟରେ ବିମାନ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପାଇଁ ବିମାନଟି କ୍ରାସ ହୋଇଯାଇଛି । ରାଜସ୍ଥାନର ଜେସଲମେର ସହରର ଜବାହାର କଲୋନୀ ନିକଟରେ କ୍ରାସ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପହଂଚି ତଦାରଖ କରିଛନ୍ତି । ଏଥିରେ କାହାର କିଛି କ୍ଷତି ହୋଇନଥିବା ସାମନାକୁ ଆସିଛି ।
ଏହି ଘଟଣାରେ ପ୍ରତିକ୍ରିୟା ରଖି ଭାରତୀୟ ବାୟୁସେନା ଏକ ବିବୃତ୍ତିରେ କହିଛି, “ଭାରତୀୟ ବାୟୁସେନାର ଗୋଟିଏ ତେଜସ୍ ବିମାନ ଆଜି ଏକ ଅପରେସନ୍ ଟ୍ରେନିଂ ସର୍ଟ ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପାଇଲଟ୍ ନିରାପଦରେ ବାହାରକୁ ବାହାରିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.