Jai Odisha
News

IAS ସ୍ତରରେ ଅଦଳବଦଳ : ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ହେଲେ ଶୁଭା ଶର୍ମା

ଭୁବନେଶ୍ୱର,  ୧୪/ ୦୯: ଆଇଏଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର ।ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ସଚିବ ମନୋଜ କୁମାର ମହାନ୍ତି ପ୍ରଶାସନିକ ଅଧିକାରୀଙ୍କୁ ନୂତନ ବିଭାଗ ଏବଂ ଅତିରିକ୍ତ ଦାୟିତ୍ବ ବଣ୍ଟନ କରିଛନ୍ତି ।ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ ବୈଷୟିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଶାଳିନୀ ପଣ୍ଡିତ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ । ନିକୁଞ୍ଜ ବିହାରୀ ଦଳଙ୍କୁ ଅବକାରୀ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ଏହା ସହ କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିବେ । ସେହିପରି ସୁରେଶ କୁମାର ବଶିଷ୍ଟଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ଭାବେ ଦାୟିତ୍ୱ ମିଳିଛି ।   ଏହା ସହ ଗୁହା ପୁନମ ତାପସ କୁମାର ହୋଇଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି. ହୋଇଛନ୍ତି ମିଶନ ନିର୍ଦ୍ଦେଶକ ଏନଏଚଏମ । ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସରୋଜ କୁମାର ମିଶ୍ର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ।

Leave A Reply

Your email address will not be published.