Jai Odisha
News

ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ ଚାକିରିରେ ଅଛନ୍ତି, ତେବେ କେବଳ ଜଣେ ହିଁ କରିବେ ନିର୍ବାଚନ ଡ଼୍ୟୁଟି

୨୦୨୪ ଲୋକସଭା ନିର୍ବାଚନରେ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଏହି ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶରେ କୁହାଯାଇଛି ଯେ ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ ସେବାରେ ଅଛନ୍ତି, ତେବେ ଉଭୟ ନିର୍ବାଚନରେ ଡ୍ୟୁଟି କରିବେ ନାହିଁ, ସେମାନଙ୍କ ମଧ୍ୟରୁ କେବଳ ଜଣେ ଲୋକସଭା ନିର୍ବାଚନରେ ଡ୍ୟୁଟି କରିବେ। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଆବେଦନ ପତ୍ର ଦେବାକୁ ପଡିବ ଏବଂ ଏହି ଆଧାରରେ ଜଣେ ଦମ୍ପତିଙ୍କୁ ଡ୍ୟୁଟିରୁ ମୁକ୍ତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ।
ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯଦି ଉଭୟ ପତି-ପତ୍ନୀ ସରକାରୀ ସେବାରେ ଅଛନ୍ତି, ତେବେ ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇଜଣଙ୍କ ମଧ୍ୟରୁ ଜଣେ ଆବେଦନ ଆଧାରରେ ନିର୍ବାଚନ ଡ୍ୟୁଟିରୁ ମୁକ୍ତ ହୋଇପାରିବ। ଏଥର ସମଗ୍ର ଦେଶରେ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ୍ ୨୪, ୨୦୨୪ ରେ ଭୋଟ୍ ଗଣନା କରାଯିବ। ଏହା ଭାରତରେ ଦୀର୍ଘତମ ଚାଲୁଥିବା ସାଧାରଣ ନିର୍ବାଚନ ହେବ, ଯାହା ୪୪ ଦିନ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.