Jai Odisha
News

ସାବଧାନ ,ଶୋଇବା ଠିକ ସେ ହେଉନି କି

ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ମଣିଷକୁ ଶୋଇବାକୁ ବି ସମୟ ମିଳୁନାହିଁ | ଯାହାଫଳରେ ବିଭିନ୍ନ ରୋଗରେ ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି ଓ ବହୁ ମାନସିକ ଦୁଶ୍ଚିନ୍ତା ଏବଂ ରୋଗର ଶିକାର ହେଉଛନ୍ତି।| ଶୋଇବା ସ୍ଵାସ୍ଥ୍ୟ ପାଇଁ କେତେ ଜରୁରୀ ଆମେ ସମସ୍ତେ ଜାଣିଛେ | ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଶରୀର ପକ୍ଷେ ହିତକାରକ | ତେବେ ଶୋଇବାର ବହୁତ ନିୟମ ରହିଛି | କେଉଁ ସମୟରେ ଶୋଇବା ଦରକାର ସେଇଟା ମଧ୍ୟ ବହୁତ ଜରୁରୀ | ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଆଦୌ ନିଦ ହିଁ ହୁଏନାହିଁ । ବର୍ତ୍ତମାନ ବିଶ୍ଵରେ ୪୦ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ସମସ୍ୟା । ବିଶେଷ ଭାବେ ମୋବାଇଲ ଫୋନ ଓ ଟିଭି ବ୍ୟବହାର ଯୋଗୁଁ ଏପରି ହେଉଥିବାର ଦେଖାଯାଉଛି | ଏକ ଭଲ ନିଦ୍ରା ଆପଣଙ୍କ ଖାଇବା ଉପରେ ବି ନିର୍ଭର କରେ । ରାତିରେ ଖାଇବା ବିଳମ୍ବ କରିବା ଉଚିତ ନୁହେଁ | ଖାଇବାର ସନ୍ତୁଳନ ରକ୍ଷା କରନ୍ତୁ | ଯଦି ଏହି ସବୁ କଲା ପରେ ବି ଯଦି ଠିକରେ ନିଦ ହେଉନାହିଁ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଦ୍ରା ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରନ୍ତୁ।

 

Leave A Reply

Your email address will not be published.