Jai Odisha
News

ଭାରତୀୟ ପାଣିପାଗ ବିଭାଗର ସୂଚନା : ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ

ଦେଶ ତଥା ରାଜ୍ୟରେ ଶୀଘ୍ର ଅସହ୍ୟ ଗରମରୁ ମିଳିବ ମୁକ୍ତି। ତେବେ ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ ଏବଂ ଅଧିକ ହେବ ବୃଷ୍ଟିପାତ । ଏହାସହ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ନେଇ ସୂଚନା ପ୍ରଦାନ କରିଛି । ରିପୋର୍ଟ ଅନୁଯାୟୀ, ସାମାନ୍ୟ ସମୟ ପୂର୍ବରୁ ମୌସୁମୀ ଆସିପାରେ।ଏଥି ସହିତ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫% କମ କିମ୍ବା ଅଧିକ ହୋଇପାରେ। ଆକଳନ ଅନୁଯାୟୀ ଜୁନ୍ ରୁ ସେପ୍ଟେମ୍ବର ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେମି ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ମଇ ୨୦୨୪ ର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି କରିବ।
ଇଣ୍ଡିଆନ ଓସେନ ଡିପୋଲ୍ ଏବଂ ଲା ନିନା ଏକାଠି ସକ୍ରିୟ ହେଉଥିବାରୁ ପୂର୍ବ ଅପେକ୍ଷା ଚଳିତ ବର୍ଷ ମୌସୁମୀ ସମ୍ଭବତଃ ଆଗରୁ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଲା ନିନା କାରଣରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.