Jai Odisha
News

ନାରୀମାନଙ୍କ ପାଇଁ ପଦେ

ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ | ମହିଳା ଓ ପୁରୁଷ ଉଭୟ ମୁଦ୍ରାର ଦୁଇ ପାର୍ଶ୍ୱ ପରି | ଦୁହେଁ ଦୁହିଁଙ୍କ ବିନା କିଛି ବି ସମ୍ଭବ ନୁଁହ | ନାରୀ ମାନଙ୍କ ସ୍ଥାନ ସବୁବେଳେ ସର୍ବୋଚ୍ଚ ସ୍ଥାନରେ | ନାରୀମାନ ଙ୍କ ଜାଗା ପାଦ ତଳେ ନୁଁହ ସର୍ବଦା ମସ୍ତକରେ | ପାପର ବିନାଶ ପାଇଁ ଓ ସଂସାରର ରକ୍ଷା ପାଇଁ ସେ କେତେବେଳେ କରୁଣାମୟୀ ମା ସାଜନ୍ତି ତ ଆଉ କେତେବେଳେ ମହିଷାମର୍ଦିନୀ ମା ‘ ଦୁର୍ଗା | କେତେବେଳେ ସ୍ନେହମୟୀ , ମମତାମୟୀ ମା’ ତ ଆଉ କେତେବେଳେ ଭଉଣୀ , ଭାଉଜ ଓ ସ୍ତ୍ରୀ ରୂପରେ ସମାଜରେ ତାର ଭୂମିକା ବଜାଇ ରଖିଥାଏ । ନାରୀ ଯେଉଁ ହାତରେ କଲମ ଧରିପାରେ ସେହି ହାତରେ ସେ ତ୍ରିଶୂଳ ଧରି ସଂହାର ମଧ୍ୟ ଧରିପାରେ | ନାରୀର ସମ୍ମାନ ଯେଉଁଠି ଥାଏ ସେଠି ଭଗବାନ ବାସ କରନ୍ତି | ପ୍ରତେକ ପୁରୁଷ ର ସଫଳତା ପଛରେ ଗୋଟେ ନାରୀର ହାତ ଥାଏ | ଜନ୍ମ ରୁ ମୃତୁ ଯାଏ ଯଦି ପୁରୁଷ ପାଖରେ ନାରୀ ନଥାଏ ତାହେଲେ ପୁରୁଷ ଜୀବନ କଠିନ ହୋଇପଡେ | ମା , ଭଉଣୀ ଓ ସ୍ତ୍ରୀ ରୂପରେ ସେ ସର୍ବଦା ନାରୀଙ୍କୁ ହିଁ ପାଇଥାଏ | କୁହାଯାଏ କି ମରିବା ପାଇଁ ହଜାରେ ବାଟ ଥିଲେ ପଛେ ଜନ୍ମ ପାଇଁ ମା ଦରକାର | କେବଳ ନାରୀକୁ ସମ୍ମାନ ପାଇଁ ଗୋଟେ ଦିନ ଜରୁରୀ ନୁହେଁ , ପ୍ରତେକ ଦିନ ଜରୁରୀ | ପୁଅଟିଏ ଶିକ୍ଷିତ ହେଲେ ସେ ନିଜେ ହିଁ ଶିକ୍ଷିତ ହେବ ହେଲେ ନାରୀଟିଏ ଶିକ୍ଷିତ ହେଲେ ସେ ନିଜ ପରିବାର ଓ ସମାଜକୁ ଶିକ୍ଷିତ କରେଇବ | ଆଜିର ଯୁଗ ଯେତେ ଉନତି ଆଡକୁ ଅଗ୍ରସର ହେଉଛି ସତ , ହେଲେ ଏବେ ବି ଭେଦ ଭାବ ମୁଣ୍ଡ ଟେକୁଛି | ନାରୀମାନେ ସତରେ ମହାନ କାରଣ ନିଜ ଜୀବନକୁ ସଂଘର୍ଷ କରି ସେ ବଂଚିବା ଶିଖିଛନ୍ତି | ନାରୀମାନେ ହେଉଛନ୍ତି ଏମିତି ଜଣେ କଳାକାର , ବିନା କୌଣସି ସ୍କ୍ରିପ୍ଟର ଅଭ୍ୟାସରେ ସେମାନେ ସବୁ ଚରିତ୍ରକୁ ନିଖୁଣ ଭାବରେ ଦର୍ଶାଇଥାନ୍ତି । ଯେଉଁ ନାରୀମାନଙ୍କୁ ଦୁନିଆ ବଂଚିବାକୁ ଦେଉନି ଆଉ କହୁଛନ୍ତି ନାରୀମାନଙ୍କ ଜନ୍ମ କେବଳ ଚୁଲି ମୁଣ୍ଡରେ ଆଉ ଛୁଆଙ୍କ ଲାଳନପାଳନ ରେ ସେମାନେ ବୋଧ ହୁଏ ଜାଣିନାହାନ୍ତି ଯେ ଦେଶର ସର୍ବୋଚ୍ଚ ସ୍ତରରେ ରାଷ୍ଟ୍ରପତି ସେ ମଧ୍ୟ ଗୋଟେ ଝିଅ | ସମାନରେ ଫରକ ନାହିଁ ଭାବନାରେ ଫରକ ଥାଏ | ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ରୋକିବା ସହିତ ମହିଳାଙ୍କ ଅଧିକାର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଆମର ପ୍ରଥମ କର୍ତ୍ତବ୍ୟ । ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଗୁରୁତ୍ୱ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା । ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ।

Leave A Reply

Your email address will not be published.