Jai Odisha
News

ଖାତା ଖୋଲିଲା ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ, ପ୍ରଥମ ଦିନରୁ ବିଜୟ ମୁକୁଟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି।ଚେନ୍ନାଇ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ୧୭ତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣର ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ବେଙ୍ଗାଲୁରୁ ୨୦ ଓଭରରେ ୬ ୱିକେଟରେ ହରାଇ ୧୭୩ ରନ୍‌ କରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍‌ସ ୧୮.୪ ଓଭରରେ ୪ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା। ଏଥିରେ ଡୁ’ପ୍ଲେସିସ୍‌ଙ୍କ ଯୋଗଦାନ ୩୫ ରନ୍‌ ଥିଲା। ଦଳ ସ୍କୋର୍‌ ୪୨ ରନ୍‌ ବେଳକୁ କ୍ରମାଗତ ଭାବେ ରଜତ ପାଟିଦାର ଓ ଗ୍ଲେନ୍‌ ମେକ୍ସୱେଲ୍‌ଙ୍କୁ ହରାଇଲା। ପାଟିଦାର ଓ ମେକ୍ସୱେଲ୍‌ ଖାତା ଖୋଲି ନପାରି ପଡ଼ିଆରୁ ବିଦାୟ ନେଇଥିଲେ। ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ ୨୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଅନୁଜ ରାୱତ ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଦିନେଶ କାର୍ତ୍ତିକ ଅପରାଜିତ ରହି ୨୬ଟି ବଲ୍‌ରୁ ୩୮ ରନ୍‌ ସଂଗ୍ରହ କରିଥିଲେ। ଚେନ୍ନାଇର ଦମଦାର ବୋଲିଂ ପ୍ରଦର୍ଶନରେ ମୁସ୍ତାଫିଜୁର ରହମାନ୍‌ ଶ୍ରେଷ୍ଠ ଭୂମିକା ନେଇଥିଲେ। ସେ ବିସ୍ଫୋରକ ବ୍ୟାଟର ଡୁ‌’ପ୍ଲେସିସ୍‌, ରଜତ ପାଟିଦାର, ବିରାଟ କୋହଲି ଓ କେମରନ୍‌ ଗ୍ରିନ୍‌ଙ୍କୁ ପାଭିଲିଅନ୍‌ ପଠାଇଥିଲେ। ମେକ୍ସୱେଲଙ୍କୁ ଦୀପକ ଚାହର ଆଉଟ୍‌ କରିଥିଲେ।

Leave A Reply

Your email address will not be published.