Jai Odisha
News

UAEରେ ହେବନି IPL 2024

ଆଇପିଏଲ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହା କେବେ କେଉଁଠାରେ ହେବ ସେ ନେଇ ନିଷ୍ପତି ନିଆଯାଇପାରୁନାହିଁ | ବିଭିନ୍ନ ରିପୋର୍ଟରେ ଦାବି କରାଯାଇଥିଲା ଯେ ଏହି ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ଦେଶ ବାହାରେ ଆୟୋଜିତ ହେବ। କାରଣ ଲୋକସଭା ନିର୍ବାଚନ ଓ ଆଇପିଏଲର ତାରିଖକୁ ନେଇ ଦ୍ୱନ୍ଦ୍ୱ ହୋଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। କାରଣ ଗତକାଲି ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା କରାଯାଇଛି । ଏହା ପରେ ଏବେ ଆଇପିଏଲ ଅଧ୍ୟକ୍ଷଙ୍କ ବିବୃତ୍ତି ମଧ୍ୟ ଆସିଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଜୟ ଶାହ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୪ ସମ୍ପୁର୍ଣ୍ଣ ଭାରତରେ ଅନୁଷ୍ଠିତ ହେବ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇନଥିବା କାରଣରୁ ସ୍ଫଷ୍ଟ କହି ହେଉନଥିଲା | ସେ ପୁଣି କହିଛନ୍ତି ଯେ ସେ ସରକାରୀ ଏଜେନ୍ସି ସହ ଯୋଗାଯୋଗ କରୁଛନ୍ତି। କେବଳ ଭାରତରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଅନ୍ୟପକ୍ଷରେ, ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ ନାହିଁ।

Leave A Reply

Your email address will not be published.