Jai Odisha
News

ସାଇକେଲ୍ ଚଢି ନାମାଙ୍କନ ଭରିଲେ ଆଇରନ୍ ମ୍ୟାନ୍ ସିଦ୍ଧାର୍ଥ ରାଉତରାୟ

ସାଇକେଲରେ ଚଢିଲେ ନାମାଙ୍କନ ଭରିଲେ । ସବୁବେଳେ ରାକ୍‌ଠୋକ୍ କହୁଥିବା କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ନିଆରା ଅନ୍ଦାଜରେ ନାମାଙ୍କନ ଭରିଲେ । ରାଜନୀତିରେ ପ୍ରବେଶ କରିବା ଦିନଠାରୁ ସବୁବେଳେ ସାଇକେଲରେ ବୁଲି ଲୋକଙ୍କ ନିକଟରେ ପହଞ୍ଚୁଥିବା ବେଳେ ଆଜି ମଧ୍ୟ ନିଜ ବାହାନରେ ଚଢି ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସବୁ ପ୍ରାର୍ଥୀ ବିଶାଳ ରାଲି କରି ବିଭିନ୍ନ ପ୍ରକାର ଗାଡ଼ିରେ ଯାଉ ଥିବା ବେଳେ ସିଦ୍ଧାର୍ଥ ନିଜ ବ୍ୟାଟେରୀ ଚାଳିତ ସାଇକେଲରେ ଯାଇଛନ୍ତି । ସୂଚନା ଅନୁଯାୟୀ ନିମାପଡ଼ା ହରିପୁର ବଜାରରୁ ନିଜେ ସାଇକେଲ୍ ଚଳାଇ କର୍ମୀ ମାନଙ୍କ ସହିତ ନାମାଙ୍କନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ନିମାପଡ଼ା ଆସନ ପାଇଁ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଲେ । ସିଦ୍ଧାର୍ଥଙ୍କ ଏହି ଭିନ୍ନ ଶୈଳୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେପଟେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ନିମାପଡ଼ା ଭୋଟର ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ଆଶା ବାଦୀ ଅଛନ୍ତି ସିଦ୍ଧାର୍ଥ ରାଉତରାୟ ।
ଆଇରନ ମ୍ୟାନ ଭାବରେ ପରିଚିତ ସିଦ୍ଧାର୍ଥ ନାମାଙ୍କନ ପାଇଁ ବାହାରିବା ପୂର୍ବରୁ କହିଛନ୍ତି, ବଦଳିବ ଓଡ଼ିଶା ବଦଳିବ ନିମାପଡା । ପ୍ରଥମେ ଚାଷୀର ଆୟ ବୃଦ୍ଧି ପାଇବ । ସବୁ କ୍ଷେତ୍ରରେ ଓଡ଼ିଶା ପଛୁଆ ରହିଛି । ଆମେ ଉନ୍ନତି ପାଇଁ ଚେଷ୍ଟା କରିବା । ଖରାରେ କାହାକୁ ହଇରାଣ କରିବି ନାହିଁ, ତେଣୁ ସାଇକେଲରେ ବାହାରିଛି ।

Leave A Reply

Your email address will not be published.