Jai Odisha
News

କଣ ସତରେ ଗର୍ଭବତୀ ଅଛନ୍ତି କି ଅନୁଷ୍କା ଶର୍ମା ? ହର୍ଷ ଗୋଏଙ୍କାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କରିଛି ଆଲୋଡ଼ନ ।

ଆଜିକାଲି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ସେମାନଙ୍କର ଦ୍ୱିତୀୟ ଛୁଆ ବିଷୟ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । । ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଅନୁମାନ କରାଯାଉଛି । ତେବେ, ଏପର‌୍ୟ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଏ ସମ୍ପର୍କରେ କୌଣସି ଘୋଷଣା କରିନାହାନ୍ତି । ଯଦିଓ ଅନୁଷ୍କା ଶର୍ମାଙ୍କର ଅନେକ ଭିଡିଓ ଇଣ୍ଟରନେଟରେ ଦେଖାଯାଉଛି, କିନ୍ତୁ କୌଣସି ଭିଡ଼ିଓରେ ତାଙ୍କର ବେବିବମ୍ପ ନଜର ଆସି ନାହିଁ । କିନ୍ତୁ ଏହାରି ମଧ୍ୟରେ ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଏକ ଟୁଇଟ୍ ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛି ଯେଉଁଥିରେ ସେ କହିଛନ୍ତି ଯେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉପଭୋକ୍ତାମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
ଶିଳ୍ପପତି ହର୍ଷ ଗୋଏଙ୍କା ତାଙ୍କ ଆକାଉଣ୍ଟରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଶିଶୁର ଭବିଷ୍ୟତ ପଥ ବିଷୟରେ ଚିନ୍ତା କରି ସେ ପ୍ରଶ୍ନ କରିଛନ୍ତି ଯେ ସେ ତାଙ୍କ ପିତାଙ୍କ କ୍ରିକେଟ୍ ପ୍ରତିଭାର ଉତ୍ତରାଧିକାରୀ ହେବେ ନା ତାଙ୍କ ମା ପରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କଳାର ଯାଦୁଗରି ଦେଖାଇବେ । ଲୋକମାନେ ହର୍ଷ ଗୋଏଙ୍କାଙ୍କ ଏହି ପୋଷ୍ଟକୁ ବହୁତ ଦେଖୁଛନ୍ତି ।
ନିକଟରେ ବିରାଟ କୋହଲିଙ୍କ ବିଷୟରେ ଏକ ଖବର ଆସିଥିଲା ଯେ ସେ ଶୀଘ୍ର ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଛନ୍ତି। କୁହାଯାଉଛି ଯେ ତାଙ୍କ ଘରେ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଫେରିବାକୁ ପନିଛି । ଯାହା ପରେ ପ୍ରଶଂସକମାନେ ଅନୁଷ୍କା ଶର୍ମାଙ୍କ ପ୍ରସବ ବିଷୟରେ କଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଏସବୁ ମଧ୍ୟରେ, ଦମ୍ପତି ଏପର‌୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

Leave A Reply

Your email address will not be published.