Jai Odisha
News

IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର, ୨୨/୮: IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସୋମବାର   ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲ୍ଡିଂ ଏବଂ ‘ଓ ହବ୍’ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ୨ଟି ନୂଆ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବା ଉପରେ ଗୁରୁତ୍ବ ଦେଇଛନ୍ତି ।ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।  ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟ ଭାଗ  ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି ।  ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.