Jai Odisha
News

ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର : ୨ ତାରିଖରେ କିଛି ଜିଲାରେ ହେବ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା

ଜଳୁଛି ସାରା ଓଡିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ ।  ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ରହିବ, ପରେ ତାତି ବଢ଼ିବ । ଆସନ୍ତା ମେ‘ ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଉପକୂଳରେ ପ୍ରାୟ ସବୁ ସ୍ଥାନରେ ଆର୍ଦ୍ରତା ୬୫ ପ୍ରତିଶତରୁ ଅଧିକ ରହୁଥିବାରୁ ଅସମ୍ଭାଳ ହେଉଛି ସ୍ଥିତି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଆକଳନ ଅନୁଯାୟୀ ଆସନ୍ତ ୩ ଦିନ ପର୍ଯ୍ୟନ୍ତ ଏଥିରୁ ତ୍ରାହି ମିଳିବାର ନାହିଁ। ତେବେ ଆସନ୍ତା ୨ ତାରିଖରେ କିଛି ଜିଲାରେ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହା ପୂର୍ବରୁ ୨୯ ତାରିଖରେ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲାର କିଛି ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ।

ରବିବାର ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ପୁଣି ସବୁଠୁ ଉତ୍ତପ୍ତ ସହର ହୋଇଛି। ରାଜଧାନୀରେ ତାପମାତ୍ରା ୪୩.୨ ଡିଗ୍ରୀ କେରର୍ଡ କରାଯାଇଛି। କେନ୍ଦୁଝରରେ ୪୨.୭ଡିଗ୍ରୀ, ଚାନ୍ଦବାଲିରେ ୪୨.୨ଡିଗ୍ରୀ, ବାଲେଶ୍ବରରେ ୪୧.୪ଡିଗ୍ରୀ, ରାଉରକେଲାରେ ୪୦.୬ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୯ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ହୀରାକୁଦରେ ୩୭.୮ଡିଗ୍ରୀ, ପୁରୀରେ ୩୪.୯ ଡିଗ୍ରୀ, ଗୋପାଳପୁରରେ ୩୪.୨ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.