Jai Odisha
News

ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ନଷ୍ଟ

ପୁଣି ଥରେ ଅବକାରୀ ବିଭାଗକୁ ମିଳିଛି ବନୁ ସଫଳତା । ଚଢାଉ ବେଳେ ନଷ୍ଟ ହୋଇଛି ବିପୁଳ ପରିମାଣର ପୋଚ ଓ ମଦ । ଆଠଗଡ ଥାନା ଅନ୍ତର୍ଗତ ଦେଶୀ ମଦର କୁଟିର ଶିଳ୍ପ ପାଲଟି ଥିବା କୋରଙ୍ଗା ଗାଁରେ ରାଜ୍ୟ ଅବକାରୀ ବିଭାଗ ପ୍ଲାଇଂ ସ୍କ୍ବାର୍ଡ ସହ କଟକ ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ମଦ ପାଇଁ ପ୍ରସ୍ତୁତ ଥିବା ପୋଚ ଓ ରନ୍ଧା ମଦ ନଷ୍ଟ କରିଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଗାଁରେ ଚଢାଉବେଳେ ମଦ ରାନ୍ଧୁଥିବା ଘର ଗୁଡିକ ତାଲା ପଡିଥିବା ବେଳେ ଗାଁର ଜଣେ ଦୋକାନିକୁ ଉଠାଇ ଆଣି ପଚରାଉଚରା ବେଳେ ଅବକାରୀ ଟିମକୁ ଘରିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଆଠଗଡ ଏସ୍ଡିପିଓ, ଆଠଗଡ ଥାନା ଅଧିକାରୀ ପହଞ୍ଚିବା ପରେ ବୁଝାସୁଝା କରିଥିଲେ । ଅବକାରୀ ବିଭାଗ ଉଠାଇ ଆଣିଥିବା ଦୋକାନିକୁ ପଚରାଉଚରା କରି ଛାଡି ଦିଆଯାଇଛି।
ବାଇଟ୍- ଦେବାଶିଷ ପଟେଲ , ଅବକାରୀ ଅଧିକ୍ଷକ , କଟକ

Leave A Reply

Your email address will not be published.