Jai Odisha
News

ଅସହ୍ୟ ତାତିରୁ ମିଳିବ ତ୍ରାହି : ପୁଣି ବର୍ଷା ଆଣୁଛି କାଳବୈଶାଖୀ

ରାଜ୍ୟରେ ଗତ କିଛି ଦିନ ହେବ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଖରା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ସକାଳୁ ସକାଳୁ ତାପମାତ୍ରା ୩୦ ଡିଗ୍ରୀ ପାର୍ ହେଉଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର‌୍ୟ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ତେବେ ଏହା ମଧ୍ୟରେ ପାଣିପାଗ ବିଭାଗ ଆଶ୍ୱସ୍ତି ଖବର ଆଣିଛି । କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୬ ଏପ୍ରିଲରୁ ୨ ମଇ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।
ସେପଟେ ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡର ତାପମାତ୍ରା ସର୍ବୋଚ୍ଚ ରହିଛ। ସୁନ୍ଦରଗଡର ତାପମାତ୍ରା ୪୩.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Leave A Reply

Your email address will not be published.