Jai Odisha
News

ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା : ମେ’ ୨୨ରୁ ଆରମ୍ଭ ହେଲା ହାତୀ ଗଣନା

ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା । ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ । ଏଥିପାଇଁ ମୋଟ୍ ୫୧ଟି ଡିଭିଜନରେ ୩ ହଜାର ୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି । ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ। ପୂର୍ବବର୍ଷ ବାଘ ଗଣନା ସମୟରେ ଟ୍ରାପ କ୍ୟାମେରାରୁ ମିଳିଥିବା କଲରାପତରିଆ ବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯିବ। ତେବେ ସମସ୍ତ କଲରାପତରିଆ ବାଘ ଉପରେ କଡ଼ାକଡ଼ି ଭାବରେ ମନିଟରିଂ କରାଯିବ । ସେହିପରି ଆସନ୍ତା ମେ’ ୨୨ ତାରିଖରୁ ହାତୀ ଗଣନା ଆରମ୍ଭ ହେବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ଗଣନା ମେ’ ୨୨ରୁ ୨୪ ତରିଖ ତିନିଦିନ ଧରି ୪୩ଟି ଡିଭିଜନରେ କରାଯିବ । ହାତୀଙ୍କ ଗଣନା ସିଧାସଳଖ କରାଯିବ। ଏଥିପାଇଁ ୧,୧୩୬ଟି ମଞ୍ଚା ନିର୍ମାଣ କରାଯିବ । ଏଥିସହିତ ଏହି ଗଣନାରେ ବାରାକ, ୱାଚ୍ ଟାୱାର ମଧ୍ୟ ବ୍ୟବହାର କରାଯିବ । ଏଥିପାଇଁ ବନ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି । ଏହି ତାଲିମ ଆସନ୍ତା ୧୫ ତାରିଖ ସୁଦ୍ଧା ଶେଷ ହେବ ଏବଂ ୨୧ ତାରିଖ ସୁଦ୍ଧା ବନ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର କିଟ୍‌ ଦିଆଯିବ ।

Leave A Reply

Your email address will not be published.