Jai Odisha
News

ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି କେଦାରନାଥ ମନ୍ଦିର

ମହାଶିବରାତ୍ରିରେ ଭକ୍ତଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭକ୍ତଙ୍କ ପାଇଁ କେଦାରନାଥ ମନ୍ଦିର ଖୋଲିବାକୁ ଯାଉଛି। ଆସନ୍ତା ମେ ମାସ ୧୦ ତାରିଖରେ ମନ୍ଦିରର ଦ୍ୱାରା ଭକ୍ତଙ୍କ ଲାଗି ଖୋଲାଯିବ ବୋଲି ସୂଚନା ମିଳିଛି। ଓଁମକେଶ୍ୱର ମନ୍ଦିର ଉଖିମଠରେ ଏହି ତାରିଖ ଘୋଷଣା କରାଯାଇଛି। ୧୦ ତାରିଖ ଦିନ ଶୁଭ ସମୟ ସକାଳ ୭ଟାରେ ଦ୍ୱାରା ଖୋଲାଯିବ ବୋଲି କୁହାଯାଇଛି। ଯାତ୍ରାକୁ ସୁଗମ ଓ ନିରାପଦ କରିବା ପାଇଁ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାସହିତ ବଦ୍ରିନାଥ ଏବଂ କେଦାରନାଥରେ ହସ୍ପିଟାଲ ସେବା ଆରମ୍ଭ ହେବ। ହସ୍ପିଟାଲ ଲାଗି ସମସ୍ତ ଯନ୍ତ୍ରାଂଶ କିଣିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁମୋଦନ ମିଳିଛି। ଯାତ୍ରା ମାର୍ଗରେ ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ ହେବେ। ଯାହା ଦ୍ୱାରା ତୀର୍ଥଯାତ୍ରୀମାନେ ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ।

Leave A Reply

Your email address will not be published.