Jai Odisha
News

କେଜ୍ରିୱାଲ ପୁଣି ହେଲେ ନିରାଶା : ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିରାଶା ମିଳିଛି । କାରଣ ତାଙ୍କ ପାଇଁ ହୋଇଥିବା ଅନ୍ତରୀଣ ଜାମିନ୍ ଆବେଦନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଓଲଟା ତାଙ୍କ ପାଇଁ ଜାମିନ ଆବେଦନ କରିଥିବା ଓକିଲଙ୍କ ଉପରେ ଜରିମାନା ଲଗାଇଛନ୍ତି କୋର୍ଟ ।ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ୱତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଥିପାଇଁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି । କେଜ୍ରିୱାଲଙ୍କ ପାଇଁ ପିଟିସନ୍ ଦାଏର କରିଥିବା ଓକିଲଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏହି ପିଟିସନ ସମ୍ପୂର୍ଣ୍ଣ ଆଦୌ ଗ୍ରହଣୀୟ ନୁହେଁ । ଏଭଳି ପିଟିସନ୍ ଦାଖଲ କରିଥିବା ବ୍ୟକ୍ତି ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି । ଏହି ପିଟିସନ୍ ପବ୍ଲିସିଟି ପାଇଁ କରାଯାଇଛି ବରଂ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.