Jai Odisha
News

କେନ୍ଦୁଝର ୪୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି

ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି।  କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ କେନ୍ଦୁଝର ୪୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଡହଡହ ଖରାରେ ସିଝିଲେ ରାଜଧାନୀବାସୀ। ଭୁବନେଶ୍ୱରର ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ ରହିଛି।କେନ୍ଦୁଝର: ୪୩ °C, ଝାରସୁଗୁଡା: ୪୨.୮ °C, ସମ୍ବଲପୁର: ୪୨.୬ °C, ହୀରାକୁଦ: ୪୧.୮ °C, ରାଉରକେଲା:୪୧.୮ °C,ବାଲେଶ୍ୱର: ୪୧.୪ °C, ଭୁବନେଶ୍ୱର: ୪୧.୩ °C, ଚାନ୍ଦବାଲି: ୪୦.୭ °C, ପୁରୀ: ୩୪.୬ °C, ଗୋପାଳପୁର: ୩୩.୨ °C, ପାରାଦୀପ: ୩୩.୧ °C ।

Leave A Reply

Your email address will not be published.