Jai Odisha
News

୧ ନମ୍ବର ମାର୍କେଟରେ ପହଞ୍ଚି ଶଙ୍ଖ ବଜାଇଲେ ମନ୍ମଥ : ରାଜ୍ୟବାସୀଙ୍କୁ ଦେଲେ ଯୋଡ଼ି ଶଙ୍ଖର ବାର୍ତ୍ତା

ବିଜୁ ଜନତା ଦଳର ଯୋଡ଼ି ଶଙ୍ଖନାଦ ଜନତାଙ୍କ ପାଖରେ ପହଞ୍ଚାଇଲେ ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ୪୧ ଡ଼ିଗ୍ରୀ ତାପମାତ୍ରାରେ ୧ ନମ୍ବର ମାର୍କେଟରେ ପହଞ୍ଚି ବଜାଇଲେ ଶଙ୍ଖ । ମାର୍କେଟରେ ପହଞ୍ଚି ବ୍ୟବସାୟୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏଥି ସହିତ ବ୍ୟବସାୟୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଯୋଡ଼ି ଶଙ୍ଖର ପ୍ରସାର ସ୍ୱରୂପ ସେଠାରୁ ଶଙ୍ଖ କିଣି ବଜାଇଥିଲେ । ଏହା ଦ୍ୱରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଯୋଡ଼ି ଶଙ୍ଖର ବାର୍ତ୍ତା ସେ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ବିକାଶର ନୂତନ ଆହ୍ୱାନ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ଉଷ୍ମତା ଡ଼ହ ଡ଼ହ ତାତିକୁ ଟପିଛି । ଏଥର ସାରା ଦେଶରେ ଦେଖିବାକୁ ମିଳିଛି ତ୍ରିମୂଖୀ ଲଢେଇ । କିନ୍ତୁ ଏଥର ସମସ୍ତଙ୍କ ନଜର ରହିଛି ଓଡ଼ିଶା ଉପରେ । ଓଡ଼ିଶାର ଉଭୟ ବିଧାନସଭା ଓ ଲୋକସଭା ଆସନରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି । ଏହାକୁ ନେଇ ମଧ୍ୟ ରାଜ୍ୟ ରାଜନତି ଆହୁରି ସରଗରମ ହୋଇଛି । ତେବେ ଖୋର୍ଦ୍ଧା ଲୋକସଭା ଆସନରେ ନିର୍ବାଚନୀ ପ୍ରଚାର ରାଜନୈତିକ ପାଣିପାଗକୁ ଏବେ ଶାଣିତ କରିଛି । ଏହି ଆସନରେ ବିଜେଡ଼ି କଂଗ୍ରେର ପୂର୍ବତନ ବରିଷ୍ଠ ବିଧାୟକ ସୁରେସ ରାଉତରାୟଙ୍କ ସାନ ପୁଅ କ୍ୟାପ୍‌ଟେନ୍ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ମିଦାନକୁ ଓହ୍ଲାଇଛି । ଅନ୍ୟପଟେ କଂଗ୍ରେସ ଯୁବ ନେତା ୟାସିର ନୱାଜଙ୍କୁ ନିଜର ପ୍ରାର୍ଥୀ କରିଛି ।

Leave A Reply

Your email address will not be published.