Jai Odisha
News

ଇଭି ସେଗମେଣ୍ଟରେ ଧୁମ୍ ମଚାଇବ ମାରୁତି ,ସାମ୍ନାକୁ ଆସିଲା ବିଭିନ୍ନ ବୈଶିଷ୍ଟ୍ୟ

ମାରୁତି ସୁଜୁକି ଭାରତ ପାଇଁ ଏହାର ପ୍ରଥମ ବୈଦ୍ୟୁତିକ କାର ‘ଇଭିଏକ୍ସ’ ପ୍ରସ୍ତୁତ କରୁଛି। ଏହି ଅଲ-ଇଲେକ୍ଟ୍ରିକ୍ ଏସ୍‌ୟୁଭି ଅନେକ ଥର ବିଶ୍ୱବ୍ୟାପୀ ପ୍ରଦର୍ଶିତ ହୋଇଛି, ଏହା ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଇଣ୍ଡିଆ ମୋବିଲିଟି ଏକ୍ସପୋରେ ମଧ୍ୟ ଉପସ୍ଥାପିତ ହୋଇଥିଲା । ଏହା ପରେ, ଏହି ମଡେଲକୁ ଅନେକ ଥର ପରୀକ୍ଷଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ଏବଂ ନିକଟରେ ଏକ ସ୍ପାଇ ଫଟୋରେ ଆସିବାକୁ ଥିବା ଇଭିଏକ୍ସ ଏସ୍‌ୟୁଭରି ଭିତର ଅଂଶକୁ ପ୍ରକାଶ କରିଛି ।
ଫଟୋଗୁଡ଼ିକରେ ଏହା ଦେଖାଯାଏ ଯେ ମାରୁତି ଇଭିଏକ୍ସରେ ସାଧାରଣ ବୈଦ୍ୟୁତିକ ଯାନରେ ଫ୍ରି-ଅପ୍ ଷ୍ଟୋରେଜ୍ ସ୍ପେସ୍ ଏବଂ ଏକ ବଡ଼ କ୍ୟାବିନ୍ ସହ ଏଥିରେ ସମସ୍ତ ବୈଶିଷ୍ଟ୍ୟ ରହିଛି । ଏହା ଷ୍ଟୋରେଜ୍ ସହିତ ଏକ ଫ୍ଲୋଟିଂ ସେଣ୍ଟର୍ କନସୋଲ୍, ଡ୍ରାଇଭ୍ ସିଲେକ୍ଟର୍ ପାଇଁ ରୋଟାରୀ ନୋବ୍, ସେଣ୍ଟର୍ ଆର୍ମରିଷ୍ଟ, ଫ୍ରି-ଷ୍ଟାଣ୍ଡିଂ ଇନଫୋଟେନ୍ମେଣ୍ଟ୍ ସ୍କ୍ରିନ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲ୍, ମିଡିଆ କଣ୍ଟ୍ରୋଲ୍ ସହିତ ନୂଆ ଡି-କଟ୍ ଷ୍ଟିଅରିଂ ହ୍ୱିଲ୍ ଏବଂ ବ୍ଲାକ୍ ଓ ବ୍ରାଉନ୍ ସିଟ୍ ଅପହୋଲଷ୍ଟ୍ରୀ ରହିଛି ।
ଏହା ସହିତ, ଇଭିଏକ୍ସରେ ଡୁଆଲ୍-ଜୋନ୍ କ୍ଲାଇମେଟ୍ କଂଣ୍ଟ୍ରୋଲ, ୱାୟରଲେସ୍ ଚାର୍ଜର, ଅଟୋ-ଡିମିଙ୍ଗ୍ ଆଇଆରଭିଏମ୍, ଭେଣ୍ଟିଲେଟେଡ୍ ଏବଂ ପାୱର୍ଡ଼ ଫ୍ରଣ୍ଟ ସିଟ୍ , ପ୍ରିମିୟମ୍ ସାଉଣ୍ଡ ସିଷ୍ଟମ୍, ୱାୟରଲେସ୍ ସ୍ମାର୍ଟଫୋନ୍ କନେକ୍ଟିଭିଟି, ୩୬୦-ଡିଗ୍ରୀ ସରାଉଣ୍ଡ କ୍ୟାମେରା, ହେଡ୍ ଅପ୍ ଡ଼ସ୍‌ପ୍ଲେ ଏବଂ ଏଡ଼ିଏଏସ୍ ସୁଟ୍ ପରି ବୈଶିଷ୍ଟ୍ୟଗୁଡିକ ରହିବ ବୋଲି ଆଶା କରାଯାଉଛି ।
ନୂତନ ମାରୁତି ଇଭିଏକ୍ସ’ ଗୋଟିଏ ଚାର୍ଜରେ ୫୦୦ କିଲୋମିଟରରୁ ଅଧିକ ଡ୍ରାଇଭିଂ ପରିସର ପାଇବ ବୋଲି ଆଶା କରାଯାଉଛି । ଆଶା କରାଯାଉଛି କି ଯେ ମାରୁତି ଇଭିଏକ୍ସ ୬୦kWh ବ୍ୟାଟେରୀ ପ୍ୟାକ୍ ପାଇବ । କମ୍ପାନୀ ୨୦୨୫ ରେ ଏହି ମଡେଲ୍ ଲଞ୍ଚ କରିବ । ଏହି ବୈଦ୍ୟୁତିକ ଏସୟୁଭି ଆଗାମୀ ଟାଟା କର୍ବ ଇଭି ଏବଂ ହୁଣ୍ଡାଇ କ୍ରେଟା ଇଭି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ, ଯାହାକି ଭାରତୀୟ ରାସ୍ତାରେ ମଧ୍ୟ ଅନେକ ଥର ପରୀକ୍ଷଣ କରାଯାଇଛି। ଟାଟା ମୋଟର୍ସ ଆସନ୍ତା କିଛି ମାସ ମଧ୍ୟରେ ଦେଶରେ ଏହାର କର୍ବ ଇଭି ଲଞ୍ଚ କରିବ, ଯାହାର ପ୍ରାୟ ୫୦୦ କିଲୋମିଟର ପ୍ରତି ଚାର୍ଜ ରେଞ୍ଜ ମିଳିବ ବୋଲି ଆଶା କରାଯାଉଛି। ଏଥି ସହିତ ମାରୁତି ଇଭିଏକ୍ସ ଲଞ୍ଚ ହେବା ସହିତ ହୁଣ୍ଡାଇ କ୍ରେଟା ଇଭି ଆସନ୍ତା ବର୍ଷ ବଜାରରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.