Jai Odisha
News

ଆଜି ସ୍ପଷ୍ଟ ହେବ ମେଣ୍ଟ

ଗତ କାଲି ରାତିରେ ଆଲୋଚନା ପରେ ଆଜି ଜଣାପଡିବ ପଡିବ ସ୍ପଷ୍ଟ ଚିତ୍ର । ବିଜେଡି-ବିଜେପି ମେଂଟ କେଉଁ ଉଦ୍ଦେଶ୍ୟରେ କରାଯିବ ତାହା ବୈଠକରେ ଅମିତ ଶାହା ବୁଝାଇଛନ୍ତି । ଇଶାରା ମିଳୁଛି କି ମେଂଟ ଚିତ୍ର ସ୍ପଷ୍ଟ ହୋଇଯିବ । ୬ ତାରିଖରୁ ମେଂଟ ପାଇଁ ଜୋରଦାର ଯୋଜନା ହୋଇଥିବା ବେଳେ ପ୍ରଶ୍ନ ଉଠୁଛି କଣ ପାଇଁ ସମାଧାନ ହୋଇପାରୁନି? ଦିଲ୍ଲୀରେ ଡେରା ପକାଇଥିବା ନେତାମାନଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ଅମିତ ଶାହ । ଏପଟେ ଆଜି ନବୀନ ନିବାସରେ ହେବ ବୈଠକ । ଏହି ବୈଠକରେ ଜଣାପଡୁଛି ମେଂଟ ସମ୍ପର୍କରେ ହୋଇପାରେ ବଡ ଖୁଲାସା । ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। ସିଟ ବୁଝାମଣାରେ ଉଭୟ ଦଳ ସହମତି ହୋଇପାରୁ ନାହାନ୍ତି ଯାହାଫଳରେ ମେଂଟ ଛିଡିପାରୁନିବୋଲି କୁହାଯାଉଛି ।

Leave A Reply

Your email address will not be published.