Jai Odisha
News

ପଶ୍ଚିମବଙ୍ଗ ଗସ୍ତ ରେ ମୋଦି |

ମହିଳା ସଶକ୍ତିକରଣ ଉପରେ ରହିବ ଫୋକସ | ବାରସତରେ ପହଂଚି ମହିଳା ରାଲିକୁ ଦେବେ ଉଦବୋଧନ | ସପ୍ତାହକ ଭିତରେ ଏହା ତାଙ୍କର ଦିତ୍ୱୀୟ ଗସ୍ତ | ଗତ 5ଦିନ ତଳେ ସେ ପଶ୍ଚିମବଙ୍ଗ ଯାଇ ଆରାମବାଗରେ ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ | ମାର୍ଚ୍ଚ 8 ତାରିଖରେ ମହିଳା ଦିବସ ଥିବା ହେତୁ ମହିଳାମାନଙ୍କ ରାଲି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି | ମହିଳାମାନେ ବିନା ଦ୍ୱନ୍ଦ୍ୱ ରେ ନିଜ ଅଭିଯୋଗ ଜଣାଇପାରିବେ ବୋଲି କୁହାଯାଉଛି | ଗତକାଲି ସେ ପଶ୍ଚିମବଙ୍ଗ ରେ ପହଂଚି ରାତ୍ରି ଯାପନ କରିଛନ୍ତି | ମହିଳାମାନଙ୍କ ରାଲିରେ ଯୋଗଦେଇ ସେ କୋଲକାତାରେ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ କରିବେ। ଏହା ହେଉଛି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ | ଏଥିରେ କେବଳ ସ୍ଥଳଭାଗ ନୁହେଁ, ପାଣି ଭିତରେ ବି ଦୌଡ଼ିବ ମେଟ୍ରୋ ଟ୍ରେନ୍ ।ମୋଟ ମେଟ୍ରୋ ଲାଇନର ଦୈର୍ଘ୍ୟ ୧୬.୫ କିଲୋମିଟର ହୋଇଥିବା ବେଳେ, ୫୨୦ ମିଟର ପାଣି ତଳେ ରହିଛି । ଏହାକୁ ପାର୍ କରିବା ପାଇଁ ମାତ୍ର ୪୫ ସେକେଣ୍ଡ ଲାଗିବ । ୨୦୧୦ ମସିହାରୁ ଏହି ପ୍ରୋଜେକ୍ଟ କାମ ଆରମ୍ଭ ହୋଇ ଥିଲା ବେଳେ ଏହାର ପ୍ରଥମ ଟ୍ରାଏଲ୍ ରନ୍ ବି ସଫଳ ହୋଇଛି । ଆଜି ଉଦଘାଟନ ପରେ ଖୁବ ଶୀଘ୍ର ଯାତ୍ରୀଙ୍କୁ ନେଇ ଚାଲିବ ଅଣ୍ଡର ୱାଟର୍ ମେଟ୍ରୋ ଟ୍ରେନ୍ ।

Leave A Reply

Your email address will not be published.