Jai Odisha
News

କାଏମରହିଲା ମୋକିମଙ୍କ ୩ ବର୍ଷର କାରାଦଣ୍ଡ

ନିର୍ବାଚନ ପୂର୍ବରୁ ମୋକିମଙ୍କୁ ହାଇକୋର୍ଟରୁ ଝଟକା । ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ରାୟ ଦେଇଛନ୍ତି ହାଇକୋର୍ଟ। ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଛନ୍ତି ହାଇକୋର୍ଟ । ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ ।
ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନିର୍ବାଚନ ମୁହାଁ ମୋକିମ୍କୁ୍ ଶକ୍ତ ଧକ୍କା ଦେଇଛନ୍ତି। ନିମ୍ନ ଅଦାଲତଙ୍କ ରାୟ ଅନୁସାରେ ମୋକିମ୍‌ଙ୍କୁ ତିନିବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ। ଏହା କେବଳ ମୋକିମଙ୍କୁ ନୁହେଁ, କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ଝଟକା ହେବ। କାରଣ କଟକ ବାରବାଟୀ ବିଧାନସଭା ଆସନରେ ୨୦୧୯ ନିର୍ବାଚନରେ ମୋକିମ୍‍ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଉପକୂଳ ଓଡ଼ିଶାରେ ନାଁ ରଖିଥିଲେ। ନିଜର ଲୋକସମ୍ପର୍କ ଲାଗି ପରିଚିତ ଥିବା ମୋକିମଙ୍କ ଆସନରୁ ଏବେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.