Jai Odisha
News

ଜନ୍ମ ଦିନରେ ପୁଅକୁ ଖୁସି କରିବାକୁ ମା ବନାଇଲେ ଏମିତି କେକ୍, ଦେଖିଲେ ଆଖିରେ ଆସିବ ଲୁହ ।

ସୋସିଆଲ ମିଡିଆରେ ପ୍ରତିଦିନ ଏକରୁ ଅଧିକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଏପରି ଯେ ସେଗୁଡିକ ଦେଖିବା ପରେ ଆଖି ଲୁହରେ ଭିଜିଯାଏ । ଆମେ ଆପଣଙ୍କ ସହିତ ଏପରି ଏକ ଭିଡିଓ ସେୟାର କରିବାକୁ ଯାଉଛୁ, ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ବାସ୍ତବରେ, ଏକ ଶିଶୁର ଭିଡିଓ ଭାଇରାଲ୍ ହେଉଛି, ଯାହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ । ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭଗବାନଙ୍କ ସୃଷ୍ଟିରେ ବାପା ମା ଏପରି ସମ୍ପର୍କ ଯାହାର ତୁଳନା ନାହିଁ । ସେମାନେ ନିଜ ପିଲାଙ୍କ ଖୁସି ପାଇଁ ଦିନ ରାତି ଏକ କରିଦିଅନ୍ତି । ଛୁଆଙ୍କ ମୁଁହରେ ହସ ଦେଖବବା ପାଇଁ ନିଜେ କଷ୍ଟକୁ ଛାତିରେ ଚାପି ରଖି ଆଖିର ଲୁହକୁ ପିଇ ଯାଆନ୍ତି । ଆଉ ବର୍ତ୍ତମାନ ଭାଇରାଲ ଭିଡ଼ିଓରେ କିଛି ଏପରି ଦେଖିବାକୁ ମିଳିଛି । ନିଜ ପୁଅର ଜନ୍ମ ଦିନରେ ମା ଜଣକ ଏପରି ପ୍ରୟାସ କରିଛନ୍ତି ଯାହାର ତୁଳନା କରାଯାଇ ପାରିବ ନାହିଁ । ଆର୍ଥିକ ସମସ୍ୟା ହେବ କିମ୍ବା କିଛି ଅନ୍ୟ କାରଣରୁ ମା ନିଜ ପୁଅ ପାଇଁ ବଜାରରୁ କେକ୍ ଆଣି ପାରି ନାହାନ୍ତି ସତ କିନ୍ତୁ ସୁଜି ହାଲୱାରେ ପୁଅର ଜନ୍ମ ଦିନରେ ତାକୁ ବେଶ୍ ଖୁସି କରି ପାରେିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପିଲାଟି ତାଙ୍କ ଜନ୍ମଦିନରେ ଏହି କେକ୍ କାଟୁଛିା ଏହି କେକ୍ରେ ମ୍ୟାଜିକ କ୍ୟାଣ୍ଡେଲ ବଦଳରେ ବଦୁ୍ୟତ୍ କଟିଗଲେ ବ୍ୟବହୃତ କ୍ୟାଣ୍ଡେଲ ଏବଂ ଅଗରବତୀକୁ ବ୍ୟବହାର କରାଯାଇଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ମା ପାଖରେ ଅର୍ଥ ନଥିଲେ କଣ ହେବ ନିଜ ପାଖେ ଯାହାଳ ଅଛି ସେଥିରେ ସେ ନିଜ ପୁଅକୁ ଖୁସି କରିଛି । ଆଉ ଏହାଠାରୁ ବଳି ଉପହାର କଣ ବା ହୋଇପାରେ । ସବୁଠାରୁ ବଡ଼ କଥା ହେଉଛି ପିଲାଟି ମଧ୍ୟ ଏଥିରେ ବହୁତ ଖୁସି ଅଛି । ସେ ପ୍ରଥମେ କେକ୍ ନିଜ ମାଙ୍କୁ ଓ ନେଜେଙ୍କୁ ଖୁଆଇ ପ୍ରଣାମ କରୁଛି ।

Leave A Reply

Your email address will not be published.