Jai Odisha
News

ଦୋହଲିନି ଆତ୍ମବିଶ୍ୱାସ

ପଂଚମ ପାଳି ପୂରିବାକୁ ବସିଲାଣି । ଷଷ୍ଠ ଥର ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷ ଦାୟିତ୍ୱ ରେ ସେ ବହୁ ରେକର୍ଡ ଭାଙ୍ଗିଛନ୍ତି । ବହୁ ରୂପାନ୍ତରଣର ମଡେଲ ପାଲଟିଛି ଓଡିଶା । ଦୁଇ ମାସ ପରେ ଭୋଟ । ନବୀନ ଦେବେ ପରୀକ୍ଷା । ନବୀନ ଜିତିଲେ ପୁଣି ହେବ ନୂଆ ରେକର୍ଡ । ହାରିଲେ ପଡିଯିବ ପୂର୍ଣ୍ଣଚ୍ଛେଦ । ୨୦୦୦ ମାର୍ଚ୍ଚ ମାସ ୫ ତାରିଖ ଦିନ ଏକ ନୂତନ ଆଶାର ସମ୍ଭାବନା ଆଣିଥିଲେ ନବୀନ । ୨୪ବର୍ଷର ଲମ୍ବା ଯାତ୍ରାରେ ସେ ପାଇଛନ୍ତି ବହୁ ସଫଳତା । ନବୀନଙ୍କ ଶାସନରେ ଓଡିଶା ପାଇଛି ଅନେକ କିଛି । ଦେଶରେ ଦାରିଦ୍ର‌୍ୟ ହ୍ରାସ କରିବାରେ ସଫଳ ହୋଇଛନ୍ତି ନବୀନ । କୃଷି ଉତ୍ପାଦନ ବୃଦ୍ଧି ହୋଇଛି । ଭିତିଭୂମି, ଶିକ୍ଷା, ବାଣିଜ୍ୟ ଓ କୃଷି ଏମିତି ବଢିଛି ଯେ କଳ୍ପନା କରିହେବନି । ଐତିହ୍ୟପୀଠ ରୂପାନ୍ତରଣ ସହ ବିଏସକେୱାଇର ରୂପାନ୍ତରଣ ପାଲଟିଛି ଗେମଚେଞ୍ଜର । ରାଜ୍ୟ ଦେଖୁଛି ରୂପାନ୍ତରଣର ମହାପର୍ବ । ୫ମ ପାଳିରେ ରାଜ୍ୟସରକାରଙ୍କ ଚଳଚଂଚଳତା ରାଜ୍ୟବାସୀଙ୍କୁ ପରିବର୍ତନର ନୂଆ ଧାରା ଦେଖାଇଛି । ମୋ ସରକାରରେ ଜନସାଧରାଣଙ୍କୁ ମିଳୁଛି ସେବା । ବ୍ଲାକବୋର୍ଡର ସ୍ଥାନ ନେଇଛି ସ୍ମାର୍ଟବୋର୍ଡ । କ୍ରୀଡାର ବିକାଶ ମଧ୍ୟ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟସେବାରେ ବଡ ପରିବର୍ତନ ଦେଖାଦେଇଛି । ଦ୍ରୁତ ବିକାଶ କିପରି ଭାବେ ହେବ ନବୀନ ଫୋକସ କରୁଛନ୍ତି । ମତଦାତାଙ୍କ ହୃଦୟ ଜିତିବାକୁ କୌଣସି ସୁଯୋଗ ଛାଡୁନାହାନ୍ତି ଦଳ । ସେପଟେ ବିଜେପି ମଧ୍ୟ ରଣନୀତି ଚଳାଇଛି । ବିଜେପିର ଲକ୍ଷ୍ୟକୁ ଚ୍ୟୁତ କରିବା ପାଇଁ ନବୀନ ଆରମ୍ଭ କରିଛନ୍ତି ସମରସଜ୍ଜା ।

Leave A Reply

Your email address will not be published.