Jai Odisha
News

ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଗଲେ ନୀତିନ ଗଡ଼କରୀ

ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ‌ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ଗଡ଼କରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲଥିବା କୁହାଯାଉଛି। କିଛି ସମୟ ବିଶ୍ରାମ ପରେ ସେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିପାରିବେ ବୋଲି କୁହାଯାଉଛି।

Leave A Reply

Your email address will not be published.