Jai Odisha
News

ବିନା ପାଣିରେ 13 ବର୍ଷ

 

ମଣିଷ ବଂଚି ରହିବା ପାଇଁ ପାଣି ର ଆବଶ୍ୟକତା ବହୁତ ଥାଏ | ପାଣି ଶରୀରର ତାପମାତ୍ରା କୁ ନିୟନ୍ତ୍ରଣ କରେ ଓ କୋଷିକାଗୁଡିକୁ ଜୀବିତ ରଖେ | ସାଧାରଣ ମଣିଷ ପାଣି ନ ପିଇ 3-4 ଦିନ ବଞ୍ଚିପାରିବେ ବୋଲି କୁହାଯାଏ | କିନ୍ତୁ 13 ବର୍ଷ ହେଲାଣି ବିନା ପାଣିରେ ବଞ୍ଚିଛନ୍ତି ସୁଧାଂଶୁ କୁମାର | ପାଣି ପିଇବାକୁ ନେଇ ଝାଡ଼ଖଣ୍ଡ ଜାମସେଦପୁରର ସୁଧାଂଶୁ କୁମାର ଏବେ ଚର୍ଚ୍ଚାରେ ଅଛନ୍ତି | ସେ ଦୀର୍ଘ 13 ବର୍ଷ ହେବ ପିଇନାହାନ୍ତି ପାଣି ବୋଲି ଦାବି କରିଛନ୍ତି | ଏଥି ପାଇଁ ତାଙ୍କୁ କୌଣସି ପ୍ରକାର ରୋଗ ମଧ୍ୟ ହୋଇନାହିଁ | ସେ ସମ୍ପୂର୍ଣ ସୁସ୍ଥ ଥିବା ବୋଲି କହିଛନ୍ତି | ସେ ପାଣିର ଅଭାବ କେବେ ଅନୁଭବ କରିନାହାନ୍ତି | ସେ କ୍ଷୀର ଓ ପ୍ରଚୁର ପରିମାଣରେ ସାଲାଡ଼ ଖାଆନ୍ତି | ବୋଧ ହୁଏ ସେହି ସାଲାଡ଼ ରୁ ତାଙ୍କର ପାଣି ପିଇବା ର ଆବଶ୍ୟକତା ନଥାଏ | ସେ ସମ୍ପୂର୍ଣ ନିରାମିଶାଷୀ ଓ ତାଙ୍କୁ ଶୀତ ଦିନରେ ଥଣ୍ଡା ହୁଏନାହିଁ ବୋଲି ସେ କହିଛନ୍ତି | ଭଗବାନ ଙ୍କ କୃପାରୁ ସେ ସାରା ଜୀବନ ବିନା ପାଣିରେ ବଂଚିବେ ବୋଲି କହିଛନ୍ତି | କିନ୍ତୁ ତାଙ୍କର ଏହି କଥା ପାଇଁ ଉପଯୁକ୍ତ ସତ୍ୟାସତ୍ୟ ମିଳିପାରିନାହିଁ କିନ୍ତୁ ତାଙ୍କ ଭିଡିଓ ଏବେ ଖୁବ ଜୋର ରେ ସୋସିଆଲ ମିଡିଆରେ ଭାଇରଲ ହେଉଛି |

Leave A Reply

Your email address will not be published.