Jai Odisha
News

ବାହାଘର ହେବ ନାହିଁ ତ ପାଠ ପଢିବୁ ନାହିଁ : ୧୩ ବର୍ଷର ପିଲାର ଜିଦ୍ଦିରେ ହେଲା ବାହାଘର

ବିବାହ ପାଇଁ ସଠିକ୍ ବୟସ କ’ଣ ହେବା ଉଚିତ ସେ ନେଇ ବିତର୍କ ଦ୍ରୁତ ଗତିରେ ଚାଲିଛି । ଯଦିଓ ସମସ୍ତଙ୍କ ମତ ଅଲଗା ଅଟେ , କିନ୍ତୁ ଅନେକ ସମାଜ ଅଛି ଯାହା ସେମାନଙ୍କର ପୁରୁଣା ପରମ୍ପରା ଅନୁଯାୟୀ ବିବାହର ବୟସ ଏବଂ ରୀତିନୀତି ସ୍ଥିର କରନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଶିଶୁର ଜିଦ ଯୋଗୁଁ ପିତାମାତା ତାଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି? ତାହା ମଧ୍ୟ ବିବାହର ନିର୍ଦ୍ଦିଷ୍ଟ ବୟସରେ ନୁହେଁ ବରଂ ମାତ୍ର ୧୩ ବର୍ଷ ବୟସରେ । ପାକିସ୍ତାନରେ ଏହିପରି ବିବାହ ହୋଇଥିଲା, ଯେଉଁଥିରେ ଦୁଇ ଛୋଟ ପିଲା ବର ଏବଂ କନ୍ୟା ହୋଇ ବିବାହ କରିଛନ୍ତି। ସେମାନଙ୍କର ବିବାହ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପାକିସ୍ତାନରେ ଘଟିଥିବା ଏହି ବିବାହର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯେଉଁଥିରେ ଜଣେ ୧୩ ବର୍ଷର ବଙ୍କଳ ବର ଭାବରେ ଦେଖାଯାଏ ।ତାଙ୍କ କନ୍ୟାକୁ ମାତ୍ର ୧୨ ବର୍ଷ ବୟସ । ସୂଚନା ଅନୁଯାୟୀ ଏହି ପିଲାମାନେ ନିଜ ବାପା ମାଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ ସେ ବିବାହ ନକରିବା ପର୍ଯ୍ୟନ୍ତ ସେ ଅଧିକ ଅଧ୍ୟୟନ କରିବେ ନାହିଁ। ପିତାମାତା ଶିଶୁର ଜିଦ୍ ଆଗରେ ମୁଣ୍ଡ ନୁଆଇଁ ବାଧ୍ୟ ହୋଇ ସେମାନଙ୍କର ବିବାହ କରାଇଥବଲେ । କିନ୍ତୁ ପାକିସ୍ତାନରେ ବିବାହ ବୟସ ପୁଅମାନଙ୍କ ପାଇଁ ୧୮ ବର୍ଷ ଏବଂ ଝିଅମାନଙ୍କ ପାଇଁ ୧୬ ବର୍ଷ ସ୍ଥିର କରାଯାଇଛି। ଏହା ସତ୍ତ୍ୱେ ପିତାମାତା ଏହି ବିବାହର ବ୍ୟବସ୍ଥା କରିଥିଲେ। ପାରମ୍ପାରିକ ଢଙ୍ଗରେ ଉଭୟଙ୍କ ିବାହ ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.