Jai Odisha
News

No Money For Terror: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ସମିଟ୍‌ ‘ନୋ ମନି ଫର ଟେରର’ର ଉଦଘାଟନ କରିଥିଲେ। ଆତଙ୍କବାଦ ପାଇଁ କୌଣସି ଓନ ନାହିଁ, ଆତଙ୍କବାଦକୁ ଆର୍ଥିକ ସହାୟତାର ମୁକାବିଲା କରିବା ପାଇଁ ମନ୍ତ୍ରୀଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ରଣହୁଙ୍କାର ଭରିଛନ୍ତି। ଏହା ସହିତ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦର ଶେଷ ହୋଇନାହିଁ, ଭାରତ ଶାନ୍ତିରେ ବସିବ ନାହିଁ। ‘ ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଆତଙ୍କବାଦର ଜନକ ଭାବରେ ପରିଚିତ ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ, କିଛି ଦେଶ ଆତଙ୍କବାଦକୁ ସମର୍ଥନ ଓ ପରିଚାଳନା କରୁଛନ୍ତି। ନିର୍ଦ୍ଦିଷ୍ଟ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶବିଶେଷ ଭାବେ ସମର୍ଥନ କରୁଛନ୍ତି ବୋଲି ଆଜି ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍‌ ଟେରର୍‌ ମିନିଷ୍ଟରିୟାଲ୍‌ କନ୍‌ଫରେନ୍‌ସ୍‌’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଥାନ ବିଶେଷକୁ ଆଧାର କରି ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପ୍ରତି ପ୍ରତିକ୍ରିୟାର ତୀବ୍ରତା ଭିନ୍ନ ହେବା ଅନୁଚିତ। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସମାନ ପ୍ରତିକ୍ରିୟା ଓ ପଦ‌କ୍ଷେପ ଗ୍ରହଣ କରାଯିବା ଉଚିତ। ଆତଙ୍କବାଦ ମାନବତା, ସ୍ବାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ ହୋଇଥିବାରୁ ବୈଶ୍ବିକ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ବିଭ୍ରାନ୍ତିକର ଦୃଷ୍ଟିଭଙ୍ଗୀର ସ୍ଥାନ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇ କହିଥିଲେ, ଆତଙ୍କବାଦର ଷ୍ଟେଟ୍ ସ୍ପନସର କିମ୍ବା ବୈଚାରିକ ସମର୍ଥକ କରିବା ଉଚିତ ନୁହେଁ। ଏହା ସବୁ ଜାଣନ୍ତି ଯେ, ଆତଙ୍କବାଦ କୌଣସି ସ୍ଥାନରୁ ଟଙ୍କା ପାଇଥାନ୍ତି। କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। ଆଜିର ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରି ନ ଥିବା ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରତି ପ୍ରକାରାନ୍ତରେ ସାମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କର ବୈଦେଶିକ ନୀତିର ଅଂଶବିଶେଷ କରିଛନ୍ତି। ସେମାନେ ତାଙ୍କୁ ରାଜନୈତିକ, ଆଦର୍ଶଗତ ଓ ଅର୍ଥନୈତିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।

Leave A Reply

Your email address will not be published.