Jai Odisha
News

OAS ଓ ORS ସ୍ତରରେ ଅଦଳବଦଳ: OAS ମାନସ ରଞ୍ଜନ ଭୋଇ ହେଲେ କଟକ ତହସିଲ୍‌ଦାର

ଭୁବନେଶ୍ବର ୧୪/ ୦୯: ଓଏଏସ୍ ଓ ଓଆର୍‌ଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । OAS ମାନସ ରଞ୍ଜନ ଭୋଇଙ୍କୁ କଟକ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି ।OAS ରବିନ୍ଦ୍ର କୁମାର ପ୍ରଧାନଙ୍କୁ ଆଡିସ୍‌ନାଲ ଉପଜିଲ୍ଲାପାଳ ଭାବେ ପୁରୀକୁ ବଦଳୀ କରାଯାଇଛି । ସେହିପରି କ୍ଷୀରୋଦ କୁମାର ବେହେରାଙ୍କୁ ପୁରୀ ତହସିଲ୍‌ଦାର, ଆଡିସ୍‌ନାଲ ଉପଜିଲ୍ଲାପାଳ ନିହାରୀକା ନାୟକଙ୍କୁ ମୋ-ସ୍କୁଲ୍‌ର ଓଏସ୍‌ଡି ଭାବେ ବଦଳୀ କରିଛନ୍ତି  ସେହିପରି ସଂକଳ୍ପ ସ୍ୱାସ୍ତିକ୍ ସାହୁଙ୍କୁ ବାରଙ୍ଗ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି ।   ଓଏଏସ୍ ଜନ୍ମଜୈୟ ସାହୁଙ୍କୁ ଟାଙ୍ଗୀ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି । ସେହିପରି ୪ଜଣ ORS ଅଧିକାରୀ ଆତୁତୋଷ ଦେ, ପ୍ରତୀକ ପଟ୍ଟନାୟକ, ରଞ୍ଜନ ବେହରା ଓ ରାକେଶ କୁମାର ପଣ୍ଡାଙ୍କୁ ପୁରୀ ଜିଲ୍ଲା ଆସିଷ୍ଟାଣ୍ଡ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ORS ନିଶା ଗେୱଁକାଙ୍କୁ ପିପିଲ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି । ORS ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାକୁ ଅତିରିକ୍ତ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି ।
Leave A Reply

Your email address will not be published.