Jai Odisha
News

ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ | ମାଟ୍ରିକ ପରୀକ୍ଷା ଖାତା ଦେଖା ସହ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ଆରମ୍ଭ ହେବ | ରାଜ୍ୟରେ 55 ଟି କେନ୍ଦ୍ରରେ କଡା ସୁରକ୍ଷା ବଳୟରେ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି | ଏଥିପାଇଁ ଆଜି ମୂଲ୍ୟାୟନ କେନ୍ଦ୍ରରେ 15 ହଜାରରୁ ଅଧିକ ଶିକ୍ଷକ ଯୋଗଦେବେ | ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି । ଏଥିରେ 20ଜଣ ଖାତା ଦେଖିବା ପାଇଁ ରହିଥିବା ବେଳେ ଦୁଇ ଜଣ ସ୍କୁଟି ନାଇଜର , ଦୁଇ ଜଣ ଡେପୁଟି ମୁଖ୍ୟ ପରୀକ୍ଷକ ଓ ଜଣେ ମୁଖ୍ୟ ପରୀକ୍ଷକ ଭାବେ ନିଯୁକ୍ତ କରାଯାଇଛି | ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ । ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସବଜେକ୍ଟିଭ ଖାତା ଦେଖା ପାଇଁ ଗୋଟିଏ ୟୁନିଟରେ ୨୪ ଜଣ ପରୀକ୍ଷକ ରହିଥିବାବେଳେ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକ ରହିଛନ୍ତି । ପୂର୍ବାହ୍ନ ସକାଳ 10 ରୁ ଅପରାହ୍ନ 5 ଯାଏ ଖାତା ଦେଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି |

Leave A Reply

Your email address will not be published.