Jai Odisha
News

ମୁକୁଳା ଡ୍ରେନ ନେଉଛି ଜୀବନ

ଦିନକୁ ଦିନ ମୁକୁଳା ଡ୍ରେନ ନେଉଛି ଜୀବନ । ପ୍ରତିବର୍ଷ କାହାର ନା କାହାର ଯାଉଛି ଜୀବନ । ଦୀର୍ଘ ମାସେ ହେବ ଡ୍ରେନ୍ ସ୍ଲାବ୍ ଖୋଲି ଠିକାଦାର ଛୁ ମାରୁଚି । କଟକ ନୂଆବଜାର ମହିମା ନଗରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ଯାଜପୁର ବାସିନ୍ଦା । ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ହେଲେ ସେ ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି। ଆଜି ସକାଳୁ ସକାଳୁ ଡ୍ରେନରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ଓ ପୁଲିସ କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି। ଏ ନେଇ ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ମାତ୍ର କେହି ଶୁଣୁନାହାନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।

Leave A Reply

Your email address will not be published.