Jai Odisha
News

OPSC ରେଜଲ୍ଟ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

କଟକ,୨୫।୭: ଓଡ଼ିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ । ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।୨୦୨୧ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କାରଣ ଫଳ ପ୍ରକାଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ସତୀଶଙ୍କୁ ୪୦% ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରିଛନ୍ତି। ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରା ଯାଇ ନ ଥିବାରୁ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସତୀଶ ।

 

Leave A Reply

Your email address will not be published.