Jai Odisha
News

ବଦଳିଲା ପାଣିପାଗ ମିଳିଲା ଆଶ୍ୱସ୍ତି : କାଳବୈଶାଖୀ ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଦଳିଲା ପାଣିପାଗ ମିଳିଲା ଆଶ୍ୱସ୍ତି । ଅସହ୍ୟ ଗ୍ରୀଷ୍ମପ୍ରବାହରୁ ମୁକ୍ତି ଦେଇଛି କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଲେ ଅନ୍ୟ ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ହୋଇଛି। କଟକ ଏବଂ ଭୁବନେଶ୍ୱରରେ ସକାଳୁ କୋହଲା ପାଗ ସହ ହାଲୁକା ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ଏବଂ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ଏବଂ ଝଡ଼ତୋଫାନ ହେବାର ମଧ୍ୟ ଆଶଙ୍କା ରହିଛି । କାଳବୈଶାଖୀ ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୪ ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦୀର୍ଘ ଦିନ ପରେ ଗତକାଲି ଠାରୁ ରାଜ୍ୟରେ ତାତି କମିଛି । ଦିନ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ କାଳବୈଶାଖୀ ବର୍ଷା ଓ ପବନ ଏଥିରୁ ଆଶ୍ୱସ୍ତି ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଛି। ମଙ୍ଗଳବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷାର ପ୍ରକୋପ ରହିବାକୁ ଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ୪୦-୫୦ କିମି ପଞ୍ଚିବାର ରହିଛି। ଏହା ପ୍ରଭାବରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି। ତେଣୁ ଆଗକୁ ସାରା ଓଡ଼ିଶାରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.