Jai Odisha
News

ଏସ୍‌ସିବିରେ ପଦ୍ମଶ୍ରୀ କମଳା ପୂଜାରୀ

ପୁଣି ଥରେ ମେଡିକାଲରେ ଭର୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ହେତୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତୁପକ୍ଷଙ୍କୁ ନେଇ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି । ପଦ୍ମଶ୍ରୀ କମଳା କିଡନୀ ଜନିତ ସମସ୍ୟା , ମୂତ୍ରାଶୟ ସଂକ୍ରମଣ ଥିବା ନେଇ ଡାକ୍ତର କହିଛନ୍ତି । ସେହିପରି ତାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ମଧ୍ୟ ଦେଖାଦେଇଛି । ସୂଚନା ପାଇ ମେୟର ସୁବାସ ସିଂ ଏସସିବିରେ କମଳାକୁ ଭେଟିବା ପାଇଁ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.