Jai Odisha
News

ସର୍ଭେ କରୁଛି ଆଶ୍ଚର୍ଯ୍ୟ : ମୋଦୀଙ୍କ କାମରେ ଅଧିକ ଖୁସି ପଶ୍ଚିମବଙ୍ଗବାସୀ

୨୦୨୪ ଲୋକସଭା ନିର୍ବାଚନରେ ମମତାଙ୍କୁ ଲାଗିପାରେ ଜୋର୍‌ଦାର୍ ଝଟ୍‌କା । ଓଲଟି ଯାଇପାରେ ଦିଦିଙ୍କ ଖେଳା । ନିର୍ବାଚନ ଆଗରୁ ବିଭିନ୍ନ ସର୍ଭେ ଓ ବିଷ୍ଳେଶକଙ୍କ ଆକଳନ ମମତାଙ୍କ ମୁଣ୍ଡ ବିନ୍ଧାର କରାଣୂ ପାଲଟି ଲାଣି । ବର୍ତ୍ତମାନ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡିଛି ଯେ ମମତା ବାନାର୍ଜୀଙ୍କ ଅପେକ୍ଷା ପଶ୍ଚିମବଙ୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅଧିକ ଖୁସି ଅଛନ୍ତି। ଏବିପି ସି-ଭୋଟର ସର୍ଭେରେ ୩୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ଏଥି ସହିତ ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ସେମାନେ ଖୁସି ଅଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଅପେକ୍ଷା ପିଏମ ମୋଦୀଙ୍କ ଲୋକପ୍ରିୟତା ଟିଏମସି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଯଦି ଏହି ସମସ୍ତ ଆକଳନ ସତ ହୁଏ ତେବେ ଏଥର ଦିଦିଙ୍କ ଗଡ଼ରେ ପଦ୍ମ ଫୁଟିବା ନିଶ୍ଚିତ । ଲୋକସଭା ନିର୍ବାଚନ ପୂର୍ବରୁ ଏହି ସର୍ଭେରେ ପ୍ରକାଶ ପାଇଥିବା ଏହି ଆକଳନଗୁଡ଼ିକ ତୃଣମୂଳ କଂଗ୍ରେସର ଚିନ୍ତାକୁ ଦୁଇଗୁଣିତ କରିଛି ଏବଂ ଏହି ଆଧାରରେ କୁହାଯାଇପାରେ ଯେ ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ କରିବାର ଯଥେଷ୍ଟ ସୁଯୋଗ ରହିଛି।
ପଶ୍ଚିମବଙ୍ଗର ୩୨ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି । ସେଠାରେ ୩୪ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ମମତାଙ୍କ କାର୍ଯ୍ୟରେ ଖୁସି ଅଛନ୍ତି, କିନ୍ତୁ ସେମାନେ ବିଶ୍ୱାସ କରନ୍ତି ଯେ ସେ ଏହାଠାରୁ ବି ଭଲ କରିପାରିବେ। ୩୩ ପ୍ରତିଶତ ଲୋକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଖୁସି ନାହଁନ୍ତି । କିନ୍ତୁ ୪୫ ପ୍ରତିଶତ ଲୋକ ପିଏମ ମୋଦୀଙ୍କ କାର୍ଯ୍ୟରେ ବହୁତ ଅଧିକ ଖୁସି ଅଛନ୍ତି ଏବଂ ୨୯ ପ୍ରତିଶତ ଲୋକ କମ୍ ଖୁସି ଅଛନ୍ତି। ୨୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି।
ପଶ୍ଚିମବଙ୍ଗର ୩୫ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ଏବଂ ୨୬ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସି ଅଛନ୍ତି। ୩୭ ପ୍ରତିଶତ ଲୋକ କେନ୍ଦ୍ର ଏବଂ ୩୪ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ କାର୍ଯ୍ୟରେ କମ୍ ଖୁସି ଅଛନ୍ତି। ୨୬ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ୩୮ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ। ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ୬୨ ପ୍ରତିଶତ ଭୋଟ୍ ସହିତ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗବାସୀଙ୍କ ପ୍ରଥମ ପସନ୍ଦ। ରାଜ୍ୟରେ ଏନଡିଏ ୪୧ ପ୍ରତିଶତ ଭୋଟ୍ ଏବଂ ଟିଏମସି ୪୩ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି । ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଖରାପ। ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.