Jai Odisha
News

ଶସ୍ତା ହେଲା ପେଟ୍ରୋଲ , ଡିଜେଲ

କମିଛି ପେଟ୍ରୋଲ , ଡିଜେଲ ଦର | ଦର ବୃଦ୍ଧିରେ ଦୁଇ ଟଙ୍କା ହ୍ରାସ ପାଇଛି | ଲିଟର ପିଛା ୨ ଟଙ୍କ। ଲେଖାଁଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପାଖାପାଖି 2 ବର୍ଷ ପରେ 2 ଟଙ୍କା କମିଛି ତେଲ ଦର | ଯାହା ସମସ୍ତଙ୍କୁ ଆଶ୍ବସ୍ତି ଆଣିବ ବୋଲି କୁହାଯାଉଛି | କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିରେ ସେ ଉଲେଖ କରିଛନ୍ତି ଯେ ଦେଶରେ କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପେଟ୍ରୋଲ ଡିଜେଲ ଦର ହାସଲ କରିଛନ୍ତି | ଦେଶରେ ପାଖାପାଖି ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଚାଲୁଚି ଯାହାକି ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ । ତେଣୁ ତେଲ ଦର କମିଲେ ପରିବହନ ଖର୍ଚ୍ଚ ମଧ୍ୟ କମିବ ଆଶା କରାଯାଉଛି |

Leave A Reply

Your email address will not be published.