Jai Odisha
News

ଆଜି ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଓଡିଶାକୁ ମିଳିଲା ଆଉ ଏକ ଖୁସି ଖବର । ପୁଣି ରେଳ ଭିତିଭୂମିରେ ପାଦେ ଆଗେଇଛି ଓଡିଶା । ଆଜି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସିରେ ଏହି ସେବାକୁ ଆଜି ଉଦଘାଟନ କରିବେ । ପାଖାପାଖି ୧୦ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ୨୭୪ ଟି ସ୍ଥାନରେ ଏହି ପ୍ରକଳ୍ପକୁ ଉଦଘାଟନ କରିବାର ବ୍ୟବସ୍ଥା ରହିଛି । ସୂଚନା ଅନୁସାରେ ଏହି ସେବା ପୁରୀ ରୁ ବିଶାଖାପାଟନା ମଧ୍ୟରେ ଚାଲିବ । ତାହା ସହିତ ଟ୍ରେନ ଖୋର୍ଦ୍ଧା, ବ୍ରହ୍ମପୁର, ଶ୍ରୀକାକୁଲମ, ପଲାସା ଓ ବିଜୟୀନଗରମ ଠାରେ ରହିବାର ବ୍ୟବସ୍ଥା କରାଯାଇଛି । ଏହି ରେଳ ପ୍ରକଳ୍ପରେ ପ୍ରଧାନମନ୍ତ୍ରୀ ୮୫ହଜାର କୋଟି ଟଙ୍କାର ଭିତିପ୍ରସ୍ତର ସ୍ଥାପନ କରିବେ । ଏହା ଶନିବାର ବ୍ୟତୀତ ସପ୍ତାହକ ୬ ଦିନ ଚାଲିବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍, ୫୦ଟି ସୋଲାର୍ ପାୱାର୍ ଷ୍ଟେସନ୍, ୫ଟି ଗୁଡ୍ସ ଶେଡ୍, ୯ଟି ନୂଆ ଲାଇନ ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଟି ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧି କେନ୍ଦ୍ର ର ସୁବିଧା ରହିଛି ।ଏହା ପୂର୍ବରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ୨୦୨୩ ମେ ମାସରେ ଶୁଭାରମ୍ଭ ହୋଥିବା ବେଳେ ୨୦୨୩ ସେପ୍ଟେମ୍ବର ମାସରେ ପୁରୀ ଓ ରାଉଲକେଲା ମଧ୍ୟରେ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି। ଏହି ଟ୍ରେନଟି ଚାଲିବା ଫଳରେ ବହୁ ଯାତ୍ରୀମାନେ ଅନେକ ସୁବିଧା ପାଇପାରିବେ ।

Leave A Reply

Your email address will not be published.