Jai Odisha
News

ବାରାଣସୀରୁ ମେ’ ୧୩ରେ ପିଏମ ମୋଦି ଭରିିବେନାମାଙ୍କନ

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନାମାଙ୍କନ ଭରିିବେ। ଏକ ବିଶେଷ ସମୟରେ ଏହି ନାମାଙ୍କନ ପ୍ରକ୍ରିୟା ହେବ। ଉକ୍ତ ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ରୋଡ୍‌ ଶୋ’ କରିବେ। ସେ ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବେ। ଏହି ସମୟରେ ଭାଜପାର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ମୋଦି ତୃତୀୟ ଥର ପାଇଁ ବାରାଣସୀରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୧୪ ରେ ସେ ପ୍ରଥମ ଥର ପାଇଁ ଲୋକ ସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପିଏମ ମୋଦି ମେ’ ୧୩ରେ ବନାରସ ଜିଲାପାଳଙ୍କ ଅଫିସରେ ଅପରାହ୍ନ ୧.୩୦ରୁ ୨.୩୦ ମଧ୍ୟରେ ନାମାଙ୍କନ କରିବେ। ଏହି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ୍‌ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ସର୍ବାର୍ଥ ସିଦ୍ଧି ଯୋଗ ମୁହୂର୍ତ୍ତରେ ହେବ। ସେହି ଦିନ ପୂଷ୍ୟ ନକ୍ଷତ୍ରରେ ଶିବ ଏବଂ ଶକ୍ତିଙ୍କର ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି। ଷଷ୍ଠୀ ତିଥୀ, ପୂଷ୍ୟ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଦିନ ପ୍ରଧାନମନ୍ତ୍ରୀ ତାଙ୍କ ନାମାଙ୍କନ ପତ୍ର ଭରିବେ। ନିର୍ଦ୍ଧାରିତ ସମୟ ଅତ୍ୟନ୍ତ ଶୁଭ ଏବଂ ସମସ୍ତ ଇଚ୍ଛା ପୂରଣ କରେ। ଦିନଟି ସୋମବାର ଏବଂ ଏହା ମଧ୍ୟ ଷଷ୍ଠୀ ଦେବୀଙ୍କ ଦିନ। ଏହି କାରଣରୁ ଶିବ ଏବଂ ଶକ୍ତିଙ୍କର ଏକ ସୁନ୍ଦର ସଂଯୋଗ ମଧ୍ୟ ସୃଷ୍ଟି ହେଉଥିବା ମନ୍ଦିରର ପୂଜାରୀମାନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.