Jai Odisha
News

ଟାଟୁ କରିପାରିବେନି ପୋଲିସ୍ : ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି

ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ନିୟମ । ଟାଟୁ କରିବା ପଡ଼ିବ ଭାରି । ବାଟାଲିୟନରେ ଟାଟୁ କରିପାରିବେନି କୌଣସି ପୋଲିସ। ଯେଉଁମାନେ ଟାଟୁ କରିଛନ୍ତ, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ ଡିସିପି କହିଛନ୍ତି।ଏହା କମିଶନରେଟ ପୁଲିସ ତଥା ଓଡ଼ିଶା ପୁଲିସର ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନରେଟ ପୁଲିସ। ଏଣୁ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି। ୧୫ ଦିନ ଭିତରେ ହାତ, ମୁହଁ, ବେକ ତଥା ପୋଷାକ ବାହାରେ ଥିବା ଟାଟୁ ନ ଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଅନେକ ସମୟରେ ସ୍ୱତନ୍ତ୍ର ବାଟାଲିଅନରେ ଯବାନ ମାନେ ବାହୁ, ବେକ ଏବଂ ମୁହଁରେ ଟାଟୁ ଚିତ୍ରଣ କରିଥିବା ନଜରକୁ ଆସିଛି। ଏ ବିଷୟରେ ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ଏଡି ତଦନ୍ତ ପରେ ସ୍ୱତନ୍ତ୍ର ବାଟାଲିଅନ୍‍ ଏହାର ଯବାନଙ୍କ ପାଇଁ ଆଚରଣ ବିଧି ,ଜାରି କରିଛି। ଏଥିରେ ୧୫ ଦିନ ଭିତରେ ସମସ୍ତ ଟାଟୁକୁ ସ୍ଥାୟୀ ଭାବେ ଲିଭାଇବାକୁ ପରାମର୍ଶ ଦିଆଯାଇଛି। ବର୍ଦ୍ଦି ବାହାରେ ଯଦି ଟାଟୁ ଦିଶେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.