Jai Odisha
News

ଦୁଇ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ବିତରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାଦ ପ୍ରଦାନ କରାଯାଇଛି ।
ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା । ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା । ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି । ଏକ ଅନନ୍ୟ ପୌରାଣିକ ନୃତ୍ୟ ହେଉଛି ଶବ୍ଦ ନୃତ୍ୟ ।

Leave A Reply

Your email address will not be published.