Jai Odisha
News

3 ଜିଲ୍ଲା ରେ ମେଡିକାଲ କଲେଜକୁ ନେଇ ପ୍ରତିବାଦ

୩ ମେଡିକାଲ କଲେଜକୁ ନେଇ ଦେଖାଯାଇଛି ବିଡମ୍ବନା । ମେଡିକାଲ କଲେଜ ନଥିବା କାରଣରୁ ଲୋକେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯାହାଫଳରେ କିଛି ଅସୁବିଧା ହେଲେ କଟକ ମେଡିକାଲ ଯିବାକୁ ପଡୁଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଯାହାଫଳରେ ଲୋକମାନେ ପ୍ରତିବାଦ କରିଛନ୍ତି । ମେଡିକାଲ କଲେଜଟିଏ ହେଲେ ପିଲାମାନଙ୍କୁ ନିଯୁକ୍ତି ମିଳିବ , ମେଡିକାଲର ଭିତିଭୂମି ସୁଦୃଢ ହେବ ବିଶେଷ କରି ଡାକ୍ତରଙ୍କ ଅଭାବ ରହିବନି ବୋଲି ମତ ରଖିଛନ୍ତି ସାଧାରଣ ଜନତା । ଆଂଠେଇ, ମୁଣ୍ଡିଆ ମାରି ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି ଜଗତସିଂହପୁର ଜିଲ୍ଲାବାସୀ । ଜିଲ୍ଲା ସ୍ୱାସ୍ଥ୍ୟସୁରକ୍ଷା ପକ୍ଷରୁ ଅଭିନବ ବିକ୍ଷୋଭ କରାଯାଇଥିଲା । ଦୀର୍ଘ ୧୦ ମାସ ହେବ ଆନ୍ଦୋଳନ ଚାଲିଛିି ହେଲେ ତାଙ୍କୁ ବିରୋଧ କରାଯାଉଛି । ହେଲେ କାହିଁକି ରାଜ୍ୟସରକାରଙ୍କ ନିଦ ଭାଙ୍ଗୁନି । ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଜଗତସିଂହପୁର ଜିଲ୍ଲା ଶାସକ ଦଳର ଗଡ । ଚାରୋ ଚାରୋଟି ବିଧାୟକ ଶାସନ କରୁଛନ୍ତି । ହେଲେ ସାବତ ପୁଅ ପରି ଜଗତସିଂହପୁର ଜିଲ୍ଲାକୁ କୁ-ଦୃଷ୍ଟିରେ ଦେଖାଯାଇଛି । ଯାଜପୁର ଜିଲ୍ଲାରେ ବବି ଦାସଙ୍କ ଗଡ ହୋଇଥିବାରୁ ସେଠାରେ କଲେଜଟିଏ କରାଯାଇଛି ହେଲେ ଏହି ଜିଲ୍ଲାଗୁଡିକ ପ୍ରତି ଅବହେଳା କାହିଁକି ? ସତରେ କଣ ପ୍ରଶାସନ ର ଦୃଷ୍ଟି ପଡୁନି ନା ଆମ ଜନ ପ୍ରତିନିଧି ଚାହୁଁନାହାନ୍ତି ? ସେହିପରି କେନ୍ଦ୍ରାପଡା ଓ ଭଦ୍ରକ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ମଧ୍ୟ ଶୋଚନୀୟ । ୧୦ଲକ୍ଷରୁ ଉର୍ଦ୍ଧ୍ୱ ଥିବା ଜିଲ୍ଲାଗୁଡିକରେ ମେଡିକାଲ କଲେଜ ରହିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ତାହାର ସୁଯୋଗ ମିଳିପାରୁନାହିଁ । ସତରେ କଣ ସରକାର ଜନତାଙ୍କ ଦୁଃଖ ବୁଝିବାକୁ ଚାହୁଁନାହାନ୍ତି ନା ଜନପ୍ରତିନିଧିମାନେ ବୁଝୁନାହାନ୍ତି ? ଦୁଃଖର କଥା ଯେ ୧୫ଲକ୍ଷ ଲୋକ କେନ୍ଦ୍ରାପଡା ଥାଇକି ମଧ୍ୟ ଏଠି ମେଡିକାଲ ସୁବିଧା ହୋଇପାରୁନି । ଏଠିକାର ବାସିନ୍ଦା ମେଡିକାଲ ଉପରେ ନିର୍ଭର କରନ୍ତି । ସେଥିରୁ ଜଣାପଡୁଛି ସରକାରଙ୍କ ବାସ୍ତବିକ ଚିନ୍ତାନାହିଁ ମେଡିକାଲ କଲେଜ ପାଇଁ । ଏ ସରକାର ଖାଲି କଥା କୁହା କପିଳା ସରକାର ।

Leave A Reply

Your email address will not be published.