Jai Odisha
News

କିଙ୍ଗ କୋବ୍ରା ପ୍ରତି ଅହେତୁକ ସ୍ନେହଁ ଦେଖାଉଛି କୁକୁର ଛୁଆ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ପଶୁପକ୍ଷୀମାନଙ୍କ ସୁନ୍ଦର ଭିଡ଼ିଓ ଭାଇରାଲ ହୋଇଥାଏ । କେତେବଳେ ଏମାନେ ଦୁଷ୍ଟାମୀ କରନ୍ତି ତ ଆଉ କେତେବେଳେ ପରସ୍ପର ପ୍ରତି ଭଲ ପାଇବା ଦେଖାନ୍ତି । ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଛୋଟ କୁକୁର ଓ ଭୟଙ୍କର କିଙ୍ଗ କୋବ୍ରାକୁ ସାଥି ହୋଇ ଖେଳୁଥିବାର ଦେଖିବାକୁ ମିଳିବ । ଏହି ଭାଇରାଲ୍ ଭିଡିଓ ଦର୍ଶକଙ୍କୁ ଚକିତ କରିଦେଇଛି । କୁକୁର ଛୁଆ ଏବଂ କିଙ୍ଗ କୋବ୍ରା ମଧ୍ୟରେ ଏକ ହୃଦୟସ୍ପର୍ଶୀ ପାରସ୍ପରିକ ସମ୍ପର୍କ ଦେଖିବାକୁ ମିଳିଛି । ସାପଟି କୁକୁର ଛୁଅକୁ କୌଣସି କ୍ଷତି କରୁ ନଥବବା ବେଳେ କୁକୁର ଛୁଆଟି ସ୍ନେହଁପୂର୍ଣ୍ଣ ଶୈଳୀରେ ସାପକୁ ଚାଟିବା ସହିତ ଗେଲ କରୁଛି । ଏହି ଇନଷ୍ଟାଗ୍ରାମ ପୋଷ୍ଟଟି ଅନେକ ଲୋକପ୍ରିୟତା ହାସଲ କରିଛି, ୩୭ ହଜାର ଲାଇକ୍ ଏବଂ ସାରା ବିଶ୍ୱରେ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

Leave A Reply

Your email address will not be published.